ପଳାତକ ପଳାତକ ଅର୍ଥନୈତିକ ଅପରାଧୀ ନିରବ ମୋଦୀ, ବିଜୟ ମାଲ୍ୟାଙ୍କୁ ଋଣ ଛାଡ଼ ସୁବିଧା

Advertisment
ପଳାତକ ପଳାତକ ଅର୍ଥନୈତିକ ଅପରାଧୀ ନିରବ ମୋଦୀ, ବିଜୟ ମାଲ୍ୟାଙ୍କୁ ଋଣ ଛାଡ଼ ସୁବିଧା

ନୂଆଦିଲ୍ଲୀ: ମୋଦୀ ସରକାର ଦେଶର ପ୍ରମୁଖ ୫୦ ବ୍ୟାଙ୍କ ଋଣ ଖିଲାପୀଙ୍କ ୬୮,୬୦୭ କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି। ‌ଏହି ସୁବିଧା ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଋଣ ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀ ଓ ମେହୁଲ ଚୋକ୍‌ସି ଓ ପଳାତକ ଅର୍ଥନୈତିକ ଅପରାଧୀ ବିଜୟ ମାଲ୍ୟାଙ୍କ ନାମ ରହିଛି। ସୂଚନା ଅଧିକାର ଆଇନ (ଆରଟିଆଇ) ବଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଠାରୁ ଏହି ସୂଚନା ମିଳିଥିବା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ୨୦୧୪ରୁ ୨୦୧୯ ସେପ୍ଟେମ୍ବର ଭିତରେ ମୋଦୀ ସରକାର ପ୍ରାୟ ୬.୬୬ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଟ୍ବିଟରରେ ୫୦ ଋଣ ଖିଲାପୀଙ୍କ ନାମ ତାଲିକା ଘୁରି ବୁଲୁଛି।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ, ମୁଁ ସଂସଦରେ ୫୦ ସବୁଠୁ ବଡ଼ ବ୍ୟାଙ୍କ ଚୋରଙ୍କ ନାମ ଘୋଷଣା କରିବାକୁ ପ୍ରଶ୍ନ କରିଥିଲି। ଅର୍ଥମନ୍ତ୍ରୀ ଉତ୍ତର ଦେବାକୁ ମନା କରିଦେଇଥିଲେ। ଏବେ ରିଜର୍ଭ ବ୍ୟାଙ୍କ ପ୍ରସ୍ତୁତ କରିଥିବା ତାଲିକାରେ ନିରବ ମୋଦୀ, ମେହୁଲ ଚୋକ୍‌ସି ଓ ବିଜେପିର ଅନେକ ବନ୍ଧୁଙ୍କ ନାମ ଯୋଡ଼ିଛି। ସେଥିପାଇଁ ସଂସଦରେ ଏହି ସତ୍ୟକୁ ଲୁଚାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜେୱାଲା ମଧ୍ୟ ଦେଶର ପ୍ରମୁଖ ଋଣ ଖିଲାପୀଙ୍କ ତାଲିକା ଜାରି କରିଛନ୍ତି। ଏହି ସମସ୍ତ ବ୍ୟକ୍ତିଙ୍କ ଋଣ କାହିଁକି ଛାଡ଼ କରାଯାଇଛି ତାହାର ଉତ୍ତର ଦେବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆହ୍ବାନ ଦେଇଛନ୍ତି। ମୋଦୀ ସରକାର ‘ଠକେଇ କର, ପ୍ରତାରଣ କର ଏବଂ ପଳାୟନ କର’ ନୀତିକୁ ପ୍ରସାର କରୁଥିବା ଏହା ହେଉଛି ଏକ ବଳିଷ୍ଠ ଉଦାହରଣ। ଏହା ଗ୍ରହଣଯୋଗ୍ୟ ନୁହେଁ। ପ୍ରଧାନମନ୍ତ୍ରୀଙ୍କୁ ଉତ୍ତର ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe