www.indiatoday.in
ନୂଆଦିଲ୍ଳୀ: ଶନିବାର ଅପରାହ୍ନରେ ଦୁବାଇ ଅଭିମୁଖେ ଉଡ଼ାଣ ଭରିଥିବା ଫେଡେକ୍ସ ବିମାନରେ ଏକ ପକ୍ଷୀ ମାଡ଼ ହେବା ପରେ ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଥିଲା। ଏପରି ଘୋଷଣା ପରେ ବିମାନଟି ଅବତରଣ କରିଥିଲା। ବିମାନରେ ପକ୍ଷୀ ମାଡ଼ ଖବର ପାଇଲଟଙ୍କ ଠାରୁ ମିଳିବା ପରେ ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ।
ଟେକ୍ନିସିଆନମାନେ ବିମାନକୁ ଯାଞ୍ଚ୍ କରିବା ପରେ ଯାଇ ପୁନଶ୍ଚ ଉଡ଼ାଣ କରାଯିବ ବୋଲି ଚିନ୍ତା କରାଯାଇ ଏପରି ନିଷ୍ପତ୍ତି ନିଆ ଯାଇଥିଲା। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାଣିବାକୁ ମିଳିଛି ଯେ ବିମାନଟିରେ ୧୦ ହଜାର ଫୁଟ ଉଚ୍ଚରେ ଉଡୁଥିବା ବେଳେ ଏକ ପକ୍ଷୀ ପିଟି ହୋଇ ଯାଇଥିଲା।
ସୂତ୍ରରୁ ପ୍ରକାଶ ଯେ ବିମାନରେ ପକ୍ଷୀ ବାଡ଼େଇ ହେବା ଘଟଣା ଏକ ସାଧାରଣ କଥା ନୁହେଁ। ପକ୍ଷୀ ମାଡ଼ ହେଲେ ବିଭିନ୍ନ ପ୍ରକାରର ବୈଷୟିକ କ୍ଷତି ଉପୁଜିଥାଏ, ଯାହାକି ବେଳେ ବେଳେ ସାଂଘାତିକ ବିପଦ ସୃଷ୍ଟି କରେ।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତ ଫେବ୍ରୁଆରି ମାସରେ ବି ଏପରି ଏକ ଘଟଣା ଘଟିଥିଲା। ସୁରଟରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରୁଥିବା ଏକ ଇଣ୍ଡିଗୋ ବିମାନରେ ପକ୍ଷୀ ବାଡ଼େଇ ହେବାରୁ ତାହାକୁ ଅହମଦାବାଦ୍ ନିଆଯାଇ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏହି ଘଟଣା ସଂପର୍କରେ ସୂଚନା ଦିଆ ଯାଇଥିଲା।
Follow Us