Zee News
ନୂଆଦିଲ୍ଲୀ : କରୋନା ଟିକା କାର୍ଯ୍ୟକ୍ରମକୁ ସଫଳତା ସହ ଲାଗୁ କରିବା ଲାଗି କେତେ ପାଣ୍ଠି ଦରକାର ତାହା ହିସାବ କରିବା କଷ୍ଟକର ହୋଇଥିଲେ ମଧ୍ୟ ଏଥିପାଇଁ ପାଣ୍ଠି ଏକ ସମସ୍ୟା ହେବ ନାହିଁ ବୋଲି କେନ୍ଦ୍ର ବ୍ୟୟ ସଚିବ ଟିଭି ସୋମନାଥନ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ବିଶ୍ବ ସ୍ତରରେ କରୋନା ଟିକାର ପ୍ରତି ଡୋଜ୍ ଦାମ୍ ୩ ଡଲାର ରହିବ ବୋଲି ଆକଳନ କରାଯାଉଛି। ଏହା ବାଦ ଅନେକ ବିଷୟ ବିଚାରକୁ ନେବାକୁ ପଡ଼ିବ। ତେବେ ସବୁ ଲୋକଙ୍କ ପାଖରେ ଟିକା ପହଞ୍ଚାଇବା ଲାଗି ବଜେଟ୍ ବା ପାଣ୍ଠି ଏକ ସମସ୍ୟା ହେବ ନାହିଁ। ଭାରତ ସରକାର ସେହି ପାଣ୍ଠି ଯୋଗାଡ଼ କରିପାରିବେ ବୋଲି ଶ୍ରୀ ସୋମନାଥନ କହିଛନ୍ତି।
ତେବେ ଟିକା କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ପାଣ୍ଠି ସରକାର ଯୋଗାଡ଼ କରିବେ ନା ନାହିଁ ତାହା ସେ ସ୍ପଷ୍ଟ କରିନାହାନ୍ତି। କିନ୍ତୁ ସାର୍ବଜନୀନ ଟୀକାକରଣରେ ପାଣ୍ଠି ଏକ ସମସ୍ୟା ଭାବେ ଉଭା ହେବ ନାହିଁ ବୋଲି ସେ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ବଜେଟ୍ ବାହାରେ ଯେଉଁ ୨୫ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରାଯାଇଛି ତାହା ଖର୍ଚ୍ଚ ହୋଇପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
Follow Us