ଜି୭ର ଐତିହାସିକ ଟିକସ ନିଷ୍ପତ୍ତି; ବହୁଦେଶୀୟ କଂପାନି ଗଣିବେ ସର୍ବନିମ୍ନ ୧୫% ଟିକସ

Advertisment
ଜି୭ର ଐତିହାସିକ ଟିକସ ନିଷ୍ପତ୍ତି; ବହୁଦେଶୀୟ କଂପାନି ଗଣିବେ ସର୍ବନିମ୍ନ ୧୫% ଟିକସ

International Relations EDU

ନୂଆଦିଲ୍ଲୀ: ବହୁଦେଶୀୟ କଂପାନିଗୁଡ଼ିକ ଆଉ ଟିକସ ଠକି ପାରିବେନି। ସେମାନଙ୍କୁ ସର୍ବନିମ୍ନ ୧୫% ହାରରେ ଟିକସ ଗଣିବାକୁ ପଡ଼ିବ। ଏଥିପାଇଁ ବିଶ୍ବ ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ଜି୭ ରାଷ୍ଟ୍ରଗୁଡ଼ିକ ରାଜି ହୋଇଛନ୍ତି। ଏନେଇ ଜି୭ ରାଷ୍ଟ୍ରର ଅର୍ଥମନ୍ତ୍ରୀମାନଙ୍କ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ଅଧ୍ୟକ୍ଷତା କରିଥିବା ବ୍ରିଟେନ୍‌ର ଅର୍ଥମନ୍ତ୍ରୀ ଋଷି ସୁନକ ଏ‌ହି ସୂଚନା ଦେଇଛନ୍ତି। ଆନ୍ତର୍ଜାତିକ ଟିକସକୁ ନେଇ ଜି୭ର ନିଷ୍ପତ୍ତି ଐତିହାସିକ ବୋଲି ଜର୍ମାନିର ଅର୍ଥମନ୍ତ୍ରୀ ଓଲାଫ ସୋଲ୍‌ଜ କହିଛନ୍ତି। ଟିକସ ଠକେଇ କରିବାରେ ସହାୟତା ପ୍ରଦାନକାରୀଙ୍କ ପାଇଁ ଏହା ଏକ ଖରାପ ଖବର ବୋଲି ସେ କହିଛନ୍ତି। ଫ୍ରାନ୍ସର ଅର୍ଥମନ୍ତ୍ରୀ ବ୍ରୁନୋ ଲା’ ମାରି କହିଛନ୍ତି ଯେ ଏହା ହେଉଛି ଆରମ୍ଭ ମାତ୍ର। ସର୍ବନିମ୍ନ ଟିକସ ହାରକୁ ଯଥା ସମ୍ଭବ ଉପରେ ରଖିବା ଲାଗି ଆମେ ଉଦ୍ୟମ କରିବୁ ବୋଲି ସେ କହିଛନ୍ତି। ‌

ଏନେଇ ପୂର୍ବରୁ ଜି୭ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ମତଭେଦ ରହିଥିଲା। ଆଜିର ବୈଠକରେ ତାହା ଦୂର ହୋଇଛି। କମ୍ ଟିକସ ଜରିଆରେ ବହୁଦେଶୀୟ କଂପାନିଗୁଡ଼ିକ ଆକୃଷ୍ଟ କରିବା ଲାଗି ଦେଶ ଦେଶ ଭିତରେ ଯେଉଁ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳୁଥିବା ତାହା ଆଗାମୀ ଦିନରେ ବନ୍ଦ ହୋଇଯିବ। ଏହା ବଦଳରେ ସରକାରୀ ରାଜକୋଷକୁ ବିପୁଳ ପରିମାଣ ଟିକସ ଆସିବ। ଫଳରେ କରୋନା ମହାମାରୀର ମୁକାବିଲା ଲାଗି ପାଣ୍ଠି ଚାହୁଥିବା ଦେଶଗୁଡ଼ିକ ଆବଶ୍ୟକ ପରିମାଣର ସହାୟତା ପାଇପାରିବେ। ସର୍ବନିମ୍ନ କର୍ପୋରେଟ୍ ଟିକସକୁ ନେଇ ଆସନ୍ତା ମାସରେ ଐତିହାସିକ ରାଜିନାମା ସ୍ବାକ୍ଷରିତ ହୋଇପାରେ। ଆମେ ଏହାଠାରୁ ଆଉ ମାତ୍ର କିଛି ମିଲିମିଟର ଦୂରରେ ରହିଛୁ ବୋଲି ଫ୍ରାନ୍ସର ଅର୍ଥମନ୍ତ୍ରୀ କହିଛନ୍ତି। ଗୁଗୁଲ, ଆମାଜନ ଓ ଫେସବୁକ୍ ଭଳି ବିଶ୍ବସ୍ତରୀୟ ବଡ଼ କଂପାନିଗୁଡ଼ିକ ଠାରୁ ଅଧିକ ଟିକସ ହାସଲ କରିବା ଲାଗି ଜି୭ ରାଷ୍ଟ୍ରଗୁଡ଼ିକ ନିଷ୍ପତ୍ତି ନେଇପାରୁନଥିଲେ। ଏହି କଂପାନିଗୁଡ଼ିକ ସାରା ବିଶ୍ବରେ କାରବାର କରୁଥିବା ବେଳେ ମାତ୍ର କିଛି ହାତଗଣତି ଦେଶରେ ଟିକସ ଦେଉଛନ୍ତି। ଅଟକି ରହିଥିବା ଆଲୋଚନାକୁ ଆଗକୁ ବଢ଼ାଇବା ଲାଗି ଆମେରିକାର ସରକାର ନୂଆ ପ୍ରସ୍ତାବ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe