ଜୁନ ୯ରେ ରିଲିଜ ହେବାକୁ ଥିବା ସିନେମା ‘ଗଦର’ରେ ‘ଗଦର-୨’ର ଝଲକ ଦେଖିବାକୁ ମିଳିବ

Advertisment
ଜୁନ ୯ରେ ରିଲିଜ ହେବାକୁ ଥିବା ସିନେମା ‘ଗଦର’ରେ ‘ଗଦର-୨’ର ଝଲକ ଦେଖିବାକୁ ମିଳିବ

ମୁମ୍ବାଇ: ସିନମୋ ‘ଗଦର: ଏକ ପ୍ରେମ କଥା’ ୨୨ବର୍ଷ ପୂର୍ବେ ଅର୍ଥାତ ୨୦୦୧ ମସିହାରେ ପ୍ରଥମେ ଯେତେବେଳେ ରିଲିଜ ହୋଇଥିଲା  ଦର୍ଶକଙ୍କୁ ଚକିତ କରି ଦେଇଥିଲା।  ପ୍ରେକ୍ଷାଳୟ ଦର୍ଶକରେ ଫୁଲ ହୋଇଯାଇଥିଲା। ଏଥିସହିତ ବକ୍ସ ଅଫିସରରେ ବି ସିନେମା ବେଶ ରୋଜଗାର କରି ପାରିଥିଲା। ଅନେକ ଦିନ ଧରି ସିନେମାଟି ଚର୍ଚ୍ଚାରେ ଥିଲା ।

ଚଳଚ୍ଚିତ୍ରରେ ନିଜର ଅଭିନୟ ଯାଦୁରେ ଅଭିନେତା ସନି ଦେୱଲ ଓ ଅଭିନେତ୍ରୀ ଅମିଷା ପଟେଲ ଦର୍ଶକଙ୍କୁ ବେଶ ବାନ୍ଧି ରଖିଥିଲେ। ଯାହାକୁ ଦର୍ଶକ ଆଜି ଯାଏଁ ବି ମନେ ରଖିଛନ୍ତି।

ତେବେ ସିନେମା ‘ଗଦର’କୁ ନେଇ ସନି ଦେୱଲ ଟୁଇଟ କରିଛନ୍ତି। ଏହି ଟୁଇଟରେ ସେ କହିଛନ୍ତି କି, କିଛି ନୂଆ ଅନୁଭବକୁ ନେଇ ଦ୍ୱିତୀୟ ଥର ୯ଜୁନ ସୁଧା ଫେରୁଛି ‘ଗଦର’ ।  ଆସନ୍ତାକାଲି ଫିଲ୍ମର ଟ୍ରେଲର ପରଦାକୁ ଆସୁଛି । ଦର୍ଶକ ଉତ୍ସାହର ସହ ଅପେକ୍ଷା କରି ରହିଥାଆନ୍ତୁ। ଏହା ହଁ ମୋର ଅନୁରୋଧ । ସୂଚନା ଯେ ଏହି ଫିଲ୍ମରେ‘ ଗଦର ୨’ର ମଧ୍ୟ କିଛି ଝଲ୍ଲକ ଦେଖିବାକୁ ମିଳିବ ,ଏହା ମଲ୍ଟିପ୍ଲେକ୍ସ ସିନେମା ସହିତ ଏକକ ପରଦାରେ ମଧ୍ୟ ପ୍ରକାଶ ପାଇବ ।

୧୯୭୧ ମସିହାରେ ରିଲିଜ ହୋଇଥିବା ଫିଲ୍ମଟି ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଭାଗ ଓ ଲଢେଇକୁ ନେଇ ହୋଇଥିଲା । ଏହି କ୍ରମରେ ଦେଖିବ‌ାକୁ ଗଲେ ‘ଗଦର ୨’ର ମଧ୍ୟ ସୁଟିଙ୍ଗ ସରିଯାଇଛି। କିଛି ଦିନ ପୂର୍ବରୁ ହିଁ ସନି ଘୋଷଣା କରି କହିଥିଲେ ଯେ, ‘ଅଗଷ୍ଟରେ ଥିଏଟର୍ସରେ ‘ଗଦର ୨’ ରିଲିଜ ହେବ। ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଭାର ଅନିଲ ଶର୍ମା ସମ୍ଭାଳିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe