ଭିନ୍ନ ଢଙ୍ଗରେ ଗର୍ଗ ଗ୍ରୁପ୍‌ର ସିଏସ୍‌ଆର୍‌ କାର୍ଯ୍ୟକ୍ରମ

ଭିନ୍ନ ଢଙ୍ଗରେ ଗର୍ଗ ଗ୍ରୁପ୍‌ର ସିଏସ୍‌ଆର୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭାରତୀୟ ପର୍ବପର୍ବାଣୀ ଓ ସଂସ୍କୃତିର ଅବକ୍ଷୟ ଘଟୁଥିବାରୁ ଦେଶର ଏକ ପ୍ରମୁଖ ରିଅଲ ଇଷ୍ଟେଟ ସଂସ୍ଥା ଆର୍‌ ପି ଗର୍ଗ ଗ୍ରୁପ୍‌ (ତିରୁମାଳା ଇନ୍‌ଫ୍ରା) ଏହାର ସିଏସ୍‌ଆର୍‌ ବା କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ଏସବୁ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବ ବୋଲି କହିଛି। ଭିନ୍ନ ଢଙ୍ଗରେ କମ୍ପାନି ଏହାର ସିଏସ୍‌ଆର୍‌ କାର୍ଯ୍ୟକ୍ରମ ପାଳନ କରିବ। କମ୍ପାନି ବର୍ଷବ୍ୟାପୀ ବିଭିନ୍ନ ପର୍ବପର୍ବାଣୀ ପାଳନ କରିବ ବୋଲି ଗର୍ଗ ଗ୍ରୁପ୍‌ର ନିର୍ଦେଶକ ଆଶିଷ ଗର୍ଗ କହିଛନ୍ତି। ଜାନୁଆରି ୧୪ ତାରିଖ ମକର ସଂକ୍ରାନ୍ତି ପର୍ବ ପାଳନରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଓଲଟପୁରସ୍ଥିତ ଲାବଣ୍ୟ ପ୍ରାଣ ପ୍ରକଳ୍ପରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ମକର ସଂକ୍ରାନ୍ତି ପର୍ବ ପାଳନ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe