ଭୁବନେଶ୍ୱର: ରାଜ୍ୟର କପଡ଼ା ଓ ରେଡିମେଡ ପୋଷାକ ଡିଲରଙ୍କ ପାଇଁ ଜିୟାଜି ଫେବ୍ରିକ୍ସ୍ ପକ୍ଷରୁ ଏକ ଦୁଇଦିନିଆ ପ୍ରଦର୍ଶନୀ ହୋଟେଲ୍ ପାଲ୍ ହାଇଟ୍ସ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆସନ୍ତା ଦଶହରା ପାଇଁ ବ୍ୟବସାୟୀମାନେ ବିଭିନ୍ନ ବ୍ରାଣ୍ଡ୍ ଯଥା- ଭିମଲ୍, ଗ୍ଵାଲିୟର୍, ଡିଗ୍ଗଜାମ୍ ସୁଟିଂ, କ୍ରିପଲନ୍ ସାର୍ଟିଂ, ଅକ୍ଜମ୍ବର ଓ ପିକାସୋ ସାର୍ଟ, ଲିମାକ୍ସ ଜିନ୍ସ ଓ ସ୍ପାର୍କି ଜିନ୍ସ୍, ପ୍ରୋଲାଇନ୍ ଟି- ସାର୍ଟ ଆଦିର ଅଗ୍ରିମ ବୁକିଂ କରିବା ସୁଯୋଗ ପାଇଛନ୍ତି। ବୁଧବାର ଏହାର ଉଦ୍ଘାଟନୀ ସମାରୋହରେ କଳାମନ୍ଦିର ସୋ’ ରୁମ୍ର ତତ୍ତ୍ୱାବଧାୟକ ଗୁରୁଦୟାଲ୍ ସିଂହ, ଗ୍ଵାଲିୟର୍ କମ୍ପାନିର ଅଧ୍ୟକ୍ଷ ଜିନେଶ ଶାହା, ଭିମଲ୍ କମ୍ପାନିର ଆଞ୍ଚଳିକ ମୁଖ୍ୟ କୈଳାସ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଜିୟାଜି ଫେବ୍ରିକ୍ସ୍ର ରୋହିତ କୁମାର ଗୁପ୍ତା ଓ ଅମିତ କୁମାର ଗୁପ୍ତା ପ୍ରମୁଖ ଉପସ୍ଥିତ ରହି ବ୍ୟବସାୟୀ ଓ କମ୍ପାନିର ଅଧିକାରୀମାନଙ୍କୁ ସ୍ୱାଗତ କରିଥିଲେ। ଏଥିରେ ରାଜ୍ୟର ୨୦୦ରୁ ଊର୍ଧ୍ୱ ଡିଲର୍ ଅଂଶଗ୍ରହଣ କରିଛନ୍ତି।
ଦଶହରା ପାଇଁ ଗାର୍ମେଣ୍ଟ୍ର ଅଗ୍ରିମ ବୁକିଂ ପ୍ରଦର୍ଶନୀ
Advertisment
Follow Us