ଗ୍ୟାସ୍‌, କୋଇଲାର ଭଣ୍ଡାର ସୃଷ୍ଟି କରାଯିବ

Advertisment
ଝାରସୁଗୁଡ଼ାରେ କୋଇଲା ବାଷ୍ପୀକରଣ କାରଖାନା: କୋଲ୍‌ ଇଣ୍ଡିଆ ଓ ଭେଲ୍‌ ସ୍ଥାପନ କରିବେ

Image Courtesy of TheTimes of India

ନୂଆଦିଲ୍ଲୀ: ସମ୍ଭାବ୍ୟ ଶକ୍ତି ସଙ୍କଟର ମୁକାବିଲା ଲାଗି କେନ୍ଦ୍ର ସରକାର ଏକ ବିକଳ୍ପ ଯୋଜନା ପ୍ରସ୍ତୁତ କରୁଛନ୍ତି। ଦେଶ ଭିତରେ ପ୍ରାକୃତିକ ଗ୍ୟାସ୍‌ ଓ କୋଇଲାର ଭଣ୍ଡାର ସୃଷ୍ଟି କରାଯିବ। ସେହି ଭଣ୍ଡାରରେ ଆମଦାନି କୋଇଲାକୁ ଗଚ୍ଛିତ ରଖାଯିବ। ଯେତେବେଳେ ଦେଶ ଭିତରେ କୌଣସି ଘଟଣା ଯୋଗୁଁ ‌କୋଇଲା ଯୋଗାଣ ପ୍ରଭାବିତ ହେବ ସେଭଳି ସଙ୍କଟ ସମୟରେ ଭଣ୍ଡାରରେ ଥିବା ଗଚ୍ଛିତ କୋଇଲାକୁ ବ୍ୟବହାର କରାଯିବ। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଶକ୍ତି ସଚିବ ଆଲୋକ କୁମାର ରୁଷିଆର ଉଦାହରଣ ଦେଇଥି କହିଛନ୍ତି ଯେ ଯେତେବେଳେ ରୁଷିଆରେ ସଙ୍କଟ ଦେଖା‌ଦିଏ ପ୍ରଥମେ ୟୁରୋପ ଓ ଅନ୍ୟ ଦେଶକୁ ଏହା ଗ୍ୟାସ୍‌ ଯୋଗାଣ ହ୍ରାସ କରେ। ନିଜ ଆବଶ୍ୟକତାକୁ ପ୍ରଥମେ ପୂରଣ କରିବା ଉପରେ ଏହା ଧ୍ୟାନ ଦେଇଥାଏ। ସେଭଳି ଭାରତ ନିଜର ଆବଶ୍ୟକତା ପୂରଣ କରିବା ଲାଗି ଆଗୁଆ ସମ୍ବଳ ଗଚ୍ଛିତ ରଖିବା ଦରକାର। ଏହା ଉପରେ ଚିନ୍ତା କରିବା ଏବଂ ବିଚାର କରିବାର ସମୟ ଆସିଛି ବୋଲି ସେ କହିଛନ୍ତି। କିଛି ଦିନ ତଳେ ଦେଶର ଗୁରୁତର କୋଇଲା ସଙ୍କଟ ଦେଖାଦେଇଥିଲା। ସେପ୍ଟେମ୍ବର ମାସରେ କୋଇଲା ଖଣି ଥିବା ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ହେବା କାରଣରୁ ଉତ୍ପାଦନ ଓ ଯୋଗାଣ ଉଭୟ ପ୍ରଭାବିତ ହୋଇଥିଲା। ଫଳରେ ଠିକ୍ ସମୟରେ ଥର୍ମାଲ୍ ପାୱାର ପ୍ଲାଣ୍ଟ୍‌ଗୁଡ଼ିକ ପାଖରେ କୋଇଲା ପହଞ୍ଚିପାରିନଥିଲା। କିଛି ପ୍ଲାଣ୍ଟ୍‌ରେ ଚାରି ଦିନର ଆବଶ୍ୟକତା ପୂରଣ ହେବା ଭଳି କୋଇଲା ନଥିଲା। ଦେଶରେ ବଡ଼ ଧରଣର ବିଦ୍ୟୁତ ଶକ୍ତି ସଙ୍କଟର ଆଶଙ୍କା ଦେଖାଦେଇଥିଲା। କୋଇଲା ଯୋଗାଣ ବଢ଼ିବା ପରେ ସ୍ଥିତିରେ ଧୀରେ ଧୀରେ ଉନ୍ନତି ହେଉଛି। ସଦ୍ୟତମ ସୂଚନା ଅନୁସାରେ ଚାରିରୁ କମ୍ ଦିନର ଆବଶ୍ୟକତା ପୂରଣ ହେବା ଭଳି କୋଇଲା ନଥିବା ପାୱାର ପ୍ଲାଣ୍ଟ୍‌ ସଂଖ୍ୟା ୫୮କୁ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe