ବୁକିଂର ୪୫ ମିନିଟ୍‌ରେ ପହଞ୍ଚିବ ଗ୍ୟାସ୍‌, ଇଣ୍ଡିଆନ ଅଏଲ୍‌ର ତତ୍କାଳ ଏଲ୍‌ପିଜି ସେବା ଯୋଜନା

Advertisment
ବୁକିଂର ୪୫ ମିନିଟ୍‌ରେ ପହଞ୍ଚିବ ଗ୍ୟାସ୍‌, ଇଣ୍ଡିଆନ ଅଏଲ୍‌ର ତତ୍କାଳ ଏଲ୍‌ପିଜି ସେବା ଯୋଜନା

IndiaMART Business Directory

ନୂଆଦିଲ୍ଲୀ: ରନ୍ଧନ ଗ୍ୟାସ ବୁକିଂ କରିବା ପରେ ଏହାକୁ ପାଇବା ପାଇଁ ଆଉ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଯେଉଁଦିନ ଗ୍ରାହକ ବୁକିଂ କରିବେ ସେହିଦିନ ସେମାନଙ୍କୁ ତାହା ମିଳିଯିବ। ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌) ପକ୍ଷରୁ ଏଭଳି ଏକ ପରିକଳ୍ପନା କରାଯାଇଛି। କମ୍ପାନି ତତ୍କାଳ ଏଲ୍‌ପିଜି ସେବା ନାମରେ ଏକ ଯୋଜନା କରିଛି। ଆସନ୍ତା କିଛି ମାସ ମଧ୍ୟରେ ଏପରିକି ଫେବ୍ରୁଆରି ୧ ତାରିଖ ସୁଦ୍ଧା ଏହି ଯୋଜନା ଦେଶରେ ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଛି। ଗୋଟିଏ ସିଲିଣ୍ଡର ଥିବା ଗ୍ରାହକଙ୍କ ପାଇଁ ଏହି ଯୋଜନା ଉପଲବ୍ଧ ହେବ। ପ୍ରତ୍ୟେକ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଅତିକମ୍‌ରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ସହର କିମ୍ବା ଜିଲ୍ଲାକୁ ଏଥିପାଇଁ ଚିହ୍ନଟ କରାଯିବ ଯେଉଁଠି ଏହି ସେବା ଆରମ୍ଭ ହେବ। ଉକ୍ତ ଯୋଜନାରେ ଗ୍ରାହକଙ୍କୁ ଗ୍ୟାସ୍‌ ବୁକିଂ କରାଯିବାର ୩୦ରୁ ୪୫ ମିନିଟ ମଧ୍ୟରେ ଗ୍ୟାସ ଭର୍ତ୍ତି ସିଲିଣ୍ଡର ପହଞ୍ଚାଇବା ପାଇଁ ଯୋଜନା ରଖିଛି। ଉକ୍ତ ଯୋଜନାକୁ ଏବେ କମ୍ପାନି ଚୂଡ଼ାନ୍ତ ‌ରୂପ ଦେଉଛି। କମ୍ପାନି ଏହାର ସେବାର ମାନ ଓ କେନ୍ଦ୍ର ସରକାରଙ୍କ ‘ଇଜ୍‌ ଅଫ୍ ଲିଭିଂ’ ରେ ଉନ୍ନତି ଆଣିବା ପାଇଁ ଏହି ପଦକ୍ଷେପ ନେବ। ଏଥିସହିତ ଅନ୍ୟ ପ୍ରତିଯୋଗୀ କମ୍ପାନିଙ୍କ ଠାରୁ ଏହି ଯୋଜନା ଆଇଓସିଏଲ୍‌କୁ ଆଗୁଆ କରିବ।

ଇଣ୍ଡିଆନ ଅଏଲ୍‌ ଇଣ୍ଡେନ ବ୍ରାଣ୍ଡ୍‌ରେ ଏଲ୍‌ପିଜି ଯୋଗାଇ ଦେଉଛି। ଦେଶର ମୋଟ ୨୮‌କୋଟି ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୧୪ କୋଟି ଗ୍ରାହକ ଆଇଓସିଏଲ୍‌ର। ତତ୍କାଳ ଏଲ୍‌ପିଜି ସେବା ପାଇଁ ବର୍ତ୍ତମାନର ଡିଲର ନେଟୱାର୍କକୁ ଉପଯୋଗ କରାଯିବ। ତେବେ ଏହା ଉପରେ ଅଧିକ ବିଚାରବିମର୍ଶ ଚାଲିଛି। ଏପରିକି ଯଦି ଗ୍ରାହକଙ୍କୁ କିଛି ପ୍ରିମିୟମ ବା ଅଧିକ ଅର୍ଥ ଦେବାକୁ ପଡ଼ିବ କି ନାହିଁ ତାହା ଉପରେ ଆଲୋଚନା ଚାଲିଛି। ଆଇଓସିଏଲ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ଯୋଜନା ସମ୍ପୂର୍ଣ୍ଣ ନୂଆ ନୁହେଁ। ୨୦୧୦ ଜୁଲାଇରେ ମୁରଲୀ ଦେଓରା ପେଟ୍ରୋଲିୟମ ମନ୍ତ୍ରୀ ଥିବାବେଳେ ପ୍ରିଫର୍‌ଡ ଟାଇମ୍ ଏଲ୍‌ପିଜି ଡେଲିଭରି ସ୍କିମ୍‌ ଆରମ୍ଭ ହୋଇଥିଲା। ସେହି ଯୋଜନାରେ ଗ୍ରାହକଙ୍କୁ ସକାଳ ୭ଟାରୁ ରାତି ୯ଟା ଭିତରେ ରିଫିଲ୍‌ ହୋଇଥିବା ଗ୍ୟାସ ଦାବି କରିବା ସୁବିଧା ରହିଥିଲା। ଏଥିପାଇଁ ଡେଲିଭରି ପିଛା ୨୦ରୁ ୫୦ ଟଙ୍କା ନିଆଯାଉଥିଲା। ପ୍ରଥମେ ଏହି ‌ଯୋଜନା ପ୍ରତି କର୍ମଜୀବୀ ଦମ୍ପତି ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ପ୍ରଚାର ପ୍ରସାର ଅଭାବରୁ ଏହି ସ୍କିମ ଆଗକୁ ବଢ଼ି ପାରିଲା ନାହିଁ ବୋଲି ଜଣେ ଏଲ୍‌ପିଜି ଡିଲର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe