ଗେଟସ୍‌ ଫାଉଣ୍ଡେସନ୍ ରିପୋର୍ଟ: ଉତ୍କଟ ଦାରିଦ୍ର୍ୟ କବଳରେ ୩ କୋଟି ୭୦ ଲକ୍ଷ

Advertisment

୨୦ ବର୍ଷରେ ହୋଇଥିବା ଅଗ୍ରଗତି ଅଟକିଲା

୨୦ ବର୍ଷରେ ହୋଇଥିବା ଅଗ୍ରଗତି ଅଟକିଲା

ଧନୀ ଜିଲ୍ଲାରେ ୮୦% ଗରିବ: କେନ୍ଦୁଝରିଆଙ୍କ ଭାତହାଣ୍ଡିକୁ ସାହା ସରକାରୀ ଚାଉଳ

Agenzia Fides

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ବର ୩ କୋଟି ୭୦ ଲକ୍ଷ ଲୋକଙ୍କୁ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି ଦେଇଛି। ବିଗତ ୨୫ ବର୍ଷରେ ଏକ୍ଷେତ୍ରରେ ହୋଇଥିବା ଅଗ୍ରଗତି ମାତ୍ର ୨୫ ସପ୍ତାହରେ ଉଭେଇ ଯାଇଛି। ବିଗତ ବର୍ଷଗୁଡ଼ିକ‌ରେ ଯେଉଁମାନେ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଥିଲେ ବୋଲି କୁହାଯାଉଥିଲା ବାସ୍ତବରେ ସେମାନେ ଦାରିଦ୍ର୍ୟ ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଠାରୁ ସାମାନ୍ୟ ଉପରେ ଥିଲେ। ମହାମାରୀ ବ୍ୟାପିବା ପରେ ସେମାନେ ପୁଣି ଦାରିଦ୍ର୍ୟ ପରିସରକୁ ଠେଲି ହୋଇଯାଇଛନ୍ତି ବୋଲି ବିଲ୍‌ ଆଣ୍ଡ୍‌ ମେଲିଣ୍ଡା ଗେଟସ୍‌ ଫାଉଣ୍ଡେସନ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି। ଉତ୍କଟ ଦାରିଦ୍ର୍ୟ ହାର ୭ ପ୍ରତିଶତ ବୃଦ୍ଧି ପାଇଛି। ଦାରିଦ୍ର୍ୟ ଦୂରୀକରଣର ଗତ ୨୦ ବର୍ଷ ଭିତରେ ଯେଉଁ ଅଗ୍ରଗତି ହେଉଥିଲା ସେହି ଧାରା ମଧ୍ୟ ଅଟକିଯାଇଥିବା ଏହି ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁଯାୟୀ ଅର୍ଥନୀତିକୁ ସଜାଡ଼ିବା ଲାଗି ୧୮ ଲକ୍ଷ କୋଟି ଡଲାର ବ୍ୟୟ କରାଯିବା

ସତ୍ତ୍ବେ ୨୦୨୦-୨୧ ଶେଷ ସୁଦ୍ଧା ବିଶ୍ବ ଅର୍ଥନୀତି ୧୨ ଲକ୍ଷ କୋଟି ଡଲାରର କ୍ଷତି ସହିବ। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଏଭଳି ଆକଳନ କରିଛି। ଫାଉ‌ଣ୍ଡେସନ ପକ୍ଷରୁ ପ୍ରତିବର୍ଷ ‌'ଗୋଲକିପର ରିପୋର୍ଟ' ଜାରି କରାଯାଏ ଯେଉଁଥିରେ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ରେ ହୋଇଥିବା ଅଗ୍ରଗତିର ସୂଚନା ଦିଆଯାଏ। କରୋନା ମହାମାରୀ ପାଇଁ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଥିବାରୁ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ପ୍ରଭାବିତ ହେବେ ବୋଲି ରିପୋର୍ଟରେ କୁହାଯାଇଛି। ଟିକାକରଣ ଅଭିଯାନ ୧୯୯୦ ମସିହା ସ୍ତରକୁ ଫେରିଯାଇଛି। ଶିକ୍ଷା କ୍ଷେତ୍ରକୁ ମଧ୍ୟ ମହାମାରୀ ବିପର୍ଯ୍ୟସ୍ତ କରିଥିବା ରିପୋର୍ଟରେ କୁହାଯାଇଛି। ମହାମାରୀ ପୂର୍ବରୁ ନିମ୍ନ ଓ ମଧ୍ୟମ ଆୟ ବର୍ଗର ୫୩ ପ୍ରତିଶତ ଓ ସାହାରା ମରୁଭୂମି ପାଖାପାଖି ଥିବା ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକର ୮୭ ପ୍ରତିଶତ ପିଲା ୧୦ ବର୍ଷ ବୟସରେ ମଧ୍ୟ ସାଧାରଣ ଅକ୍ଷର ପଢ଼ିପାରୁନଥିଲେ। କରୋନା ମହାମାରୀ ପରେ ସ୍କୁଲ ବନ୍ଦ ରହିଥିବାରୁ ଏହି ସମସ୍ୟା ଆହୁରି ବଢ଼ିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe