ମହିଳା କର୍ମଚାରୀଙ୍କୁ ଆପତ୍ତିଜନକ ଇ-ମେଲ୍ ପଠାଉଥିଲେ ଗେଟ୍‌ସ

‘ବିଶ୍ୱର ବଡ଼ ବଡ଼ ସମସ୍ୟା ସମାଧାନ କରିବାର କ୍ଷମତା ଭାରତର ରହିଛି’

Photo-TIMe

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ‌ତଥା ବିଶ୍ବର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍‌ ଗେଟ୍‌ସଙ୍କ ବିଷୟରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମାଇକ୍ରୋସଫ୍ଟର ମହିଳା କର୍ମଚାରୀଙ୍କୁ ସେ ଆପତ୍ତିଜନକ ଇ-ମେଲ୍ କରୁଥିଲେ ବୋଲି ଜଣାପଡ଼ିଛି। ସେଥିପାଇଁ ତାଙ୍କୁ କଂପାନି ତରଫରୁ ଚେତାବନୀ ମଧ୍ୟ ଦିଆଯାଇଥିଲା। ୨୦୦୭ରେ ସେ କଂପାନିର ଜଣେ ମହିଳା କର୍ମଚାରୀଙ୍କୁ କର୍ମ କ୍ଷେତ୍ର ବାହାରେ ଭେଟିବା ଲାଗି ଅନୁରୋଧ କରି ଇ-ମେଲ୍ ପଠାଇଥିଲେ। ସେହି ସମୟରେ ସେ ମାଇକ୍ରୋସଫ୍ଟର ସଭାପତି ଭାବେ କାର୍ଯ୍ୟ କରୁଥିଲେ। ବର୍ଷକ ପରେ ୨୦୦୮ରେ ସେହି ଘଟଣା ବିଷୟରେ କଂପାନି କର୍ତ୍ତୃପକ୍ଷ ସୂଚନା ପାଇଥିଲେ। ସେଭଳି ଇ-ମେଲ୍ ଆପତ୍ତିଜନକ ବୋଲି ଗେଟ୍‌ସଙ୍କୁ ମନେ ପକାଇ ଦିଆଯାଇଥିଲା ଓ ତୁରନ୍ତ ସେଭଳି କାର୍ଯ୍ୟ ବନ୍ଦ କରିବା ଲାଗି ତାଙ୍କୁ କୁହାଯାଇଥିଲା। ନିଜ ଭୁଲ୍‌କୁ ଗେଟ୍‌ସ ମାନିଥିଲେ ଓ ଆଉ ସେଭଳି ଭୁଲ୍ କରିବେ ନାହିଁ ବୋଲି କଂପାନି କର୍ତ୍ତୃପକ୍ଷଙ୍କୁ କହିଥିଲେ। ଏସମ୍ପର୍କିତ ବିସ୍ତୃତ ରିପୋର୍ଟ ୱାଲ୍‌ ଷ୍ଟ୍ରିଟ୍ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଛି।

ଚଳିତ ବର୍ଷ ମେ’ରେ ବିଲ୍ ଓ ମେଲିଣ୍ଡା ଗେଟ୍‌ସଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ଏହି ଖବର ସମଗ୍ର ବିଶ୍ବକୁ ଚକିତ କରିଥିଲା। ମାତ୍ର ବିଚ୍ଛେଦ ପଛର କାରଣ ଜଣାପଡ଼ିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ‌ଜଣେ ଯୌନ ଅପରାଧୀଙ୍କ ସହ ବିଲ୍‌ ଗେଟ୍‌ସଙ୍କ ମିଳାମିଶା ବିଚ୍ଛେଦର ପ୍ରମୁଖ କାରଣ ଥିଲା। କଂପାନିର ମହିଳା କର୍ମଚାରୀମାନଙ୍କୁ ପ୍ରଲୋଭିତ କରି ସେମାନଙ୍କ ନିକଟତର ହେବାକୁ ଗେଟ୍‌ସ ପ୍ରୟାସ କରୁଥିଲେ। ବିଲ୍‌ ଆଣ୍ଡ୍‌ ମେଲିଣ୍ଡା ଗେଟସ୍‌ ଫାଉଣ୍ଡେସନ ଜରିଆରେ ସାରା ଦୁନିଆରେ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବା ବିଲ୍‌ ଗେଟ୍‌ସଙ୍କ ମହିଳାଙ୍କ ପ୍ରତି ଆପତ୍ତିଜନକ ଆଚରଣର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଏବେ ଉନ୍ମୋଚିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe