ନୂଆଦିଲ୍ଲୀ: ଅମ୍ବାନୀଙ୍କୁ ଟପିଲେ ଅଦାନୀ । ଅଦାନୀ ଗ୍ରୁପ୍ ଚେୟାରମ୍ୟାନ ଗୌତମ ଅଦାନୀ ଏସିଆ ମହାଦେଶର ସବୁଠୁ ଧନୀ ହେବାର ଗୌରବ ହାସଲ କରିଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ବିଶ୍ୱର ୧୦ ଶ୍ରେଷ୍ଠ ଧନୀ ତାଲିକାରେ ସ୍ଥାନ ପାଇଛନ୍ତି ଅଦାନୀ । ବ୍ଲୁମବର୍ଗ ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ଧନୀମାନଙ୍କର ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ଦଶମ ସ୍ଥାନରେ ରହିଛନ୍ତି ଗୌତମ ଅଦାନୀ । ବର୍ତ୍ତମାନ ଅଦାନୀଙ୍କର ମୋଟ୍ ସମ୍ପତ୍ତି ପରିମାଣ ହେଉଛି ୭ ଲକ୍ଷ ୫୫ ହଜାର ୧୬୫ କୋଟି ଟଙ୍କା । ସବୁଠାରୁ ବଡକଥା ହେଉଛି ବିଶ୍ୱର ୧୦ ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଅଦାନୀଙ୍କ ସମ୍ପତି ବୃଦ୍ଧିହାର ସବୁଠୁ ଅଧିକ ରହିଛି । ବର୍ତ୍ତମାନ ସୁଦ୍ଧା ଅଦାନୀଙ୍କର ୧ ଲକ୍ଷ ୭୭ ହଜାର ୩୮୦ କୋଟି ଟଙ୍କା ଲାଭ ହୋଇଛି ।
ପୃଥିବୀର ଦ୍ୱିତୀୟ ଧନୀ ବ୍ୟକ୍ତି ହେଉଛନ୍ତି ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୪ ଲକ୍ଷ ୧୯ ହଜାର ୭୦୦ କୋଟି ଟଙ୍କା । ତାଲିକାରେ ତୃତୀୟ ସ୍ଥାନରେ ଏଲଭିଏମଏଚ୍ ମାଲିକ ବର୍ଣ୍ଣାର୍ଡ ଅର୍ନଲ୍ଟ ରହିଥିବା ବେଳେ ଚତୁର୍ଥ ସ୍ଥାନରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି ୱାରେନ୍ ବଫେଟ୍ ।
Follow Us