GDP growth to be 7.4%: ଜିଡିପି ଅଭିବୃଦ୍ଧି ୭.୪% ରହିବ: କେନ୍ଦ୍ରର ଅଗ୍ରୀମ ଆକଳନ

Advertisment

ଚଳିତ ଆର୍ଥିକ ବର୍ଷ (୨୦୨୫-୨୬)ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭.୪ ପ୍ରତିଶତ ରହିବ ବୋଲି ପରିସଂଖ୍ୟାନ ମନ୍ତ୍ରଣାଳୟ ଜାରି କରିଥିବା ପ୍ରଥମ ଅଗ୍ରିମ ଆକଳନରେ ଉଲ୍ଲେଖ କରାଯାଇଛି।

ଚଳିତ ଆର୍ଥିକ ବର୍ଷ (୨୦୨୫-୨୬)ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭.୪ ପ୍ରତିଶତ ରହିବ ବୋଲି ପରିସଂଖ୍ୟାନ ମନ୍ତ୍ରଣାଳୟ ଜାରି କରିଥିବା ପ୍ରଥମ ଅଗ୍ରିମ ଆକଳନରେ ଉଲ୍ଲେଖ କରାଯାଇଛି।

gdp

gdp growth pegge at 8.2%

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ (୨୦୨୫-୨୬)ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭.୪ ପ୍ରତିଶତ ରହିବ ବୋଲି ପରିସଂଖ୍ୟାନ ମନ୍ତ୍ରଣାଳୟ ଜାରି କରିଥିବା ପ୍ରଥମ ଅଗ୍ରିମ ଆକଳନରେ ଉଲ୍ଲେଖ କରାଯାଇଛି। ୨୦୨୪-୨୫ରେ ବାସ୍ତବ ଜିଡିପି ଅଭିବୃଦ୍ଧି ୬.୫ ପ୍ରତିଶତ ଥିଲା। ଏଥର ତାହା ୭.୪ ପ୍ରତିଶତକୁ ବୃଦ୍ଧି ପାଇବ। ୨୦୨୫-୨୬ରେ ନାମମାତ୍ର ଜିଡିପି ଅଭିବୃଦ୍ଧି ୮ ପ୍ରତିଶତ ରହିବା ଆକଳନ କରାଯାଇଛି। ଦେଶର ଅର୍ଥନୀତିକୁ ଆଗକୁ ବଢ଼ାଇବାରେ ସେବା କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଏହାର ବାସ୍ତବ ଜିଭିଏ ଅଭିବୃଦ୍ଧି ୭.୩ ପ୍ରତିଶତ ରହିବ। ଆର୍ଥିକ, ରିଅଲ ଇଷ୍ଟେଟ୍‌, ପେସାଦାର ସେବା ଓ ସାର୍ବଜନୀନ ପ୍ରଶାସନ, ପ୍ରତିରକ୍ଷା ଓ ଅନ୍ୟାନ୍ୟ ସେବା କ୍ଷେତ୍ରର ଅଭିବୃଦ୍ଧି ହାର ୯.୯ ପ୍ରତିଶତ ରହିବା ଆକଳନ କରାଯାଇଛି। ବାଣିଜ୍ୟ, ହୋଟେଲ, ପରିବହନ, ଯୋଗାଯୋଗ ଓ ସେବା କ୍ଷେତ୍ରର ଅଭିବୃଦ୍ଧି ହାର ୭.୫ ପ୍ରତିଶତ ହେବ। ବିନିର୍ମାଣ ଓ ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ୭ ପ୍ରତିଶତ ରହିବ। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ୩.୧ ପ୍ରତିଶତ ରହିବା ଆକଳନ କରାଯାଇଛି। ବିଦ୍ୟୁତ୍‌, ଗ୍ୟାସ୍‌, ଜଳ ଯୋଗାଣ ଓ ଅନ୍ୟାନ୍ୟ ୟୁଟିିଲିଟି କ୍ଷେତ୍ରର ଅଭିବୃଦ୍ଧି ୨.୧ ପ୍ରତିଶତ ‌ହେବ। ବାସ୍ତବ ଘରୋଇ ଆର୍ଥିକ ଉପଯୋଗିତା ଅଭିବୃଦ୍ଧି ୭ ପ୍ରତିଶତ ରହିବା ଆକଳନ କରାଯାଇଛି। 

Scam: ଦୁର୍ନୀତି ଗନ୍ଧ: ନିର୍ମାଣ ହେବାର ଦିନକ ପରେ ଉଠିଗଲା ପିଚୁ

୨୦୨୪-୨୫ରେ ବାସ୍ତବ ଜିଡିପି ପରିମାଣ ୧୮୭.୯୭ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୫-୨୬ରେ ତାହା ୭.୪ ପ୍ରତିଶତ ବୃଦ୍ଧି ସହ ୨୦୧.୯୦ ଲକ୍ଷ କୋଟି ଟଙ୍କା ହେବ। ନାମମାତ୍ର ଜିଡିପି ପରିମାଣ ୩୩୦.୬୮ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୩୫୭.୧୪ ଲକ୍ଷ କୋଟି ଟଙ୍କା ହେବ। ୨୦୨୫-୨୬ରେ ମୁଣ୍ଡପିଛା ଜିଡିପି ୨,୫୧,୩୯୩ ଟଙ୍କା ଓ ମୁଣ୍ଡପିଛା ମୋଟ୍‌ ଜାତୀୟ ଆୟ ୨,୪୭,୪୮୭ ଟଙ୍କାକୁ ବୃଦ୍ଧି ପାଇବ। କେନ୍ଦ୍ର ସରକାର ଜିଡିପି ହିସାବର ଆଧାର ବର୍ଷକୁ ୨୦୧୧-୧୨ରୁ ବଦଳାଇ ୨୦୨୨-୨୩ କରିବା ଉପରେ କାମ କରୁଛନ୍ତି। ନୂଆ ହିସାବ ଅନୁସାରେ ପୂର୍ବ ତିନି ଆର୍ଥିକ ବର୍ଷ ସମେତ ୨୦୨୫-୨୬ର ସଂଶୋଧିତ ଜିଡିପି ତଥ୍ୟ ଚଳିତ ବର୍ଷ ଫେବ୍ରୁଆରି ୨୭ରେ ଜାରି ହେବ।

PMAY: ଗରିବଙ୍କୁ ମିଳୁନି ଘର; ଭାଇ ଘରେ ଆଶ୍ରୟ ନେଉଛନ୍ତି ଦଂପତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe