ଭାରତର ଜିଡିପି ଅଭିବୃଦ୍ଧି ୪.୩%କୁ ଖସିବ: ଜାପାନୀ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା ନୋମୁରା

ବିଶ୍ବ ଅର୍ଥନୀତିକୁ ମାଡ଼ିଆସୁଛି ମାନ୍ଦାବସ୍ଥା

cfo india

ସିଙ୍ଗାପୁର: ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଦେଶର ଅର୍ଥନୈତିକ ବିକାଶ ହାର ୪.୩ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଯଦି ଏହା ହୁଏ ତା’ହେଲେ ଦ୍ବିତୀୟ ତ୍ରୟମାସ ତୁଳନାରେ ଦେଶର ଜିଡିପି ଅଭିବୃଦ୍ଧି ଆହୁରି କମିଯିବ। ନିକଟରେ ପ୍ରକାଶିତ ‌ଦ୍ବିତୀୟ ତ୍ରୟମାସ (ଜୁଲାଇ-ସେପ୍ଟେମ୍ବର) ଅର୍ଥନୈତିକ ଅଭିବୃଦ୍ଧି ୪.୫ ପ୍ରତିଶତକୁ କମି ଯାଇଛି। ଏହା ପୂର୍ବରୁ ପ୍ରଥମ ତ୍ରୟମାସର ଜିଡିପି ଅଭିବୃଦ୍ଧି ୫ ପ୍ରତିଶତ ରହିଥିଲା। ତେବେ ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧିରେ ସାମାନ୍ୟ ସୁଧାର ଆସି ଏହା ୪.୭ ପ୍ରତିଶତ ରହିବ ବୋଲି ଜାପାନର ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା ନୋମୁରା କହିଛି।

ନୋମୁରାର ମୁଖ୍ୟ ଅର୍ଥନୀତିଜ୍ଞ ସୋନଲ ବର୍ମା କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ୪.୭ ପ୍ରତିଶତ, ୨୦୨୦-୨୧ରେ ୫.୭ ପ୍ରତିଶତ ରହିବ ବୋଲି ଅନୁମାନ ରହିଛି। ସେହିଭଳି ଆସନ୍ତା ଫେବ୍ରୁଆରିରେ ହେବାକୁ ଥିବା ମୁଦ୍ରାନୀତି କମିଟି ବୈଠକରେ ରିଜର୍ଭ ବ୍ୟାଙ୍କ ସୁଧ ହାର କମାଇବା ସମ୍ଭାବନା ନାହିଁ। ଏପ୍ରିଲରେ ରେପୋ ହାର ହ୍ରାସ ସମ୍ଭାବନା ରହିଛି ବୋଲି ଏହି ସଂସ୍ଥା ଆକଳନ କରିଛି। ଦେଶର ଅଣବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା ଗୁଡ଼ିକର ସ୍ଥିତିକୁ ନେଇ ଏହି ସଂସ୍ଥା ଚିନ୍ତାବ୍ୟକ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe