ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୬.୯% ହେବ ବୋଲି ଫିଚ୍ ରେଟିଂ ଏଜେନ୍ସି ଆକଳନ କରିଛି। ପୂର୍ବରୁ ଏହି ସଂସ୍ଥା ଆକଳନ କରିଥିଲା ଯେ ଅଭିବୃଦ୍ଧି ୭.୪% ହେବ। ନିଜର ସଦ୍ୟତମ ରିପୋର୍ଟରେ ଫିଚ୍ ପକ୍ଷରୁ ଭାରତର ଜିଡିପି ଆକଳନକୁ କମ୍ କରାଯାଇଛି। ବିମୁଦ୍ରାକରଣ ଏବଂ ଜିଏସ୍ଟି ଦ୍ୱାରା ଅଭିବୃଦ୍ଧି ପ୍ରଭାବିତ ହୋଇଛି। ଏହାର ପ୍ରଭାବ କିଛି ସମୟ ପାଇଁ ରହିବ। ତେବେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଭାଗରେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିବ ବୋଲି ଫିଚ୍ ପକ୍ଷରୁ କୁହାଯାଇଛି। ବ୍ୟାଙ୍କଗୁଡ଼ିକର ବିପୁଳ ପରିମାଣର ଏନ୍ପିଏ ମଧ୍ୟ ଅର୍ଥନୀତି ପାଇଁ ବଡ଼ ସମସ୍ୟା ବୋଲି ଏହା ପ୍ରକାଶ କରିଛି। କିଛି ଦିନ ତଳେ ଏସିଆନ୍ ଡେଭେଲପ୍ମେଣ୍ଟ୍ ବ୍ୟାଙ୍କ (ଏଡିବି) ଭାରତର ଅଭିବୃଦ୍ଧି ହାର ୭%କୁ ହ୍ରାସ ପାଇବ ବୋଲି କହିଥିଲା। ବିମୁଦ୍ରାକରଣର କିଛି ଦିନ ପରେ ଜିଏସ୍ଟି ଲାଗୁ କରାଯାଇଥିବାରୁ ବିଶ୍ୱର ବିଭିନ୍ନ ଏଜେନ୍ସି ଭାରତର ଅଭିବୃଦ୍ଧି କମ୍ ହେବ ବୋଲି ରିପୋର୍ଟ ଦେଉଛନ୍ତିି।
ଅଭିବୃଦ୍ଧି ୬.୯%କୁ କମିବ: ଫିଚ୍
Advertisment
Follow Us