ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ବ୍ୟବସାୟିକ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ଟିକେଟ୍ ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ବିକ୍ରି ହୋଇଯାଇଛି ବୋଲି ସୂଚନା ରହିଛି।
‘ବନ୍ଦେ ଭାରତ ଏକ୍ସପ୍ରେସ ଆଜି ସକାଳୁ ଦିଲ୍ଲୀରୁ ବାରଣାସୀ ଅଭିମୂଖେ ତା’ର ପ୍ରଥମ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛି। ଟିକେଟ୍ ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ବିକ୍ରି ହୋଇଯାଇଛି।’ ବୋଲି ରେଳ ମନ୍ତ୍ରୀ ପିୟୂଷ ଗୋଏଲ୍ ଟୁଇଟ୍ କରି କହିଛନ୍ତି।
ଫ୍ରେବୁୁଆରି ୧୬ ତରିଖ ଅର୍ଥାତ ପ୍ରଥମ ଦିନ ଯାତ୍ରାରେ ବିଫଳ ହୋଇଥିଲା ବନ୍ଦେ ଭାରତ ଏକ୍ସପ୍ରେସ। ‘ଟ୍ରେନ୍ ୧୮’ ନାମରେ ଜଣାଶୁଣା ଏହି ଟ୍ରେନ୍ଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବ୍ରୁଆରି ୧୫ ତାରିଖରେ ଉଦ୍ଘାଟନ କରିଥିଲେ।
ଉଦ୍ଘାଟନ ହେବା ପରେ ୧୬ ତାରିଖରେ ଟ୍ରେନ୍ଟି ଯାତ୍ରା ଭରିବା ପରେ ଯାନ୍ତ୍ରିକ ତ୍ରୁଟି ପରିଲିଖିତ ହୋଇଥିଲା। ଏହି କାରଣରୁ ଟ୍ରେନ୍ଟିକୁ ଦିଲ୍ଲୀଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ଟୁଣ୍ଡିଲା ଷ୍ଟେସନ୍ରେ ଅଟକାଇ ଦିଆଯାଇ ଥିଲା। ଆଜି ଏହି ଟ୍ରେନ୍ଟି ପ୍ରଥମ ଥର ଯାତ୍ରୀମାନଙ୍କୁ ସଫଳ ଯାତ୍ରା କରାଇଛି।
Follow Us