ବକ୍ସାଇଟ୍ ଖନନ ଜଙ୍ଗଲ ସୃଷ୍ଟିରେ ସହାୟକ ହୋଇଥାଏ: ଡ. ତପନ କୁମାର ଚାନ୍ଦ୍

Advertisment

ଭୁବନେଶ୍ବରରେ ଜିଓମିନଟେକ୍‌-୨୦୨୨

ଭୁବନେଶ୍ବରରେ ଜିଓମିନଟେକ୍‌-୨୦୨୨

ବକ୍ସାଇଟ୍ ଖନନ ଜଙ୍ଗଲ ସୃଷ୍ଟିରେ ସହାୟକ ହୋଇଥାଏ: ଡ. ତପନ କୁମାର ଚାନ୍ଦ୍

ଭୁବନେଶ୍ବର: ଖଣି ଏବଂ ଖଣିଜି ଭିତ୍ତିକ ଶିଳ୍ପର ୨ ଦିନିଆ ଜାତୀୟସ୍ତରର ସମ୍ମିଳନୀ ଆଜି ଭୁବନେଶ୍ବରଠାରେ ଉଦ୍‌ଘାଟିତ ହୋଇଛି। ଜିଓମିନଟେକ-୨୦୨୨ ନାମକ ଏହି ସମ୍ମିଳନୀରେ ଦେଶର ବିଭିନ୍ନ ଭାଗରୁ ଖଣି ଓ ଅନ୍ୟ କ୍ଷେତ୍ରର କମ୍ପାନି ଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ମାନସମନ୍ଥନ କରିଛନ୍ତି। ଏବର୍ଷ ସମ୍ମିଳନୀର ମୁଖ୍ୟ ବିଷୟ ଥିଲା ‘ନୂଆ ଉପକରଣ-ନୂଆ ପ୍ରଯୁକ୍ତି ପରିଚାଳନା ଏବଂ ଖଣି ଓ ଖଣିଜ ଭିତ୍ତିକ ଶିଳ୍ପରେ ସୁରକ୍ଷା’।

ଏଥିରେ ମୁଖ୍ୟ ଅତିଥି ଭାବେ ଡ. ତପନ କୁମାର ଚାନ୍ଦ ଯୋଗଦେଇ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ନିଜ ବକ୍ତବ୍ୟରେ ଡ ଚାନ୍ଦ କହିଥିଲେ, ସରକାରଙ୍କ ସମେତ ସମାଜଠାରୁ ମଧ୍ୟ ଖଣି ପରିଚାଳନା ଅନୁମତି ବା କନସେଣ୍ଟ୍ ଟୁ ଅପରେଟ୍‌ (ସିଟିଓ) ନେବା ଆବଶ୍ୟକ। ସମାଜକୁ ସାଥିରେ ନେଲେ ଖଣି କମ୍ପାନି ଗୁଡ଼ିକ ସୁବିଧାରେ ଖଣି ଖନନ କରିପାରିବେ। ବକ୍ସାଇଟ୍ ଖଣି ଖନନ କିଭଳି ପରିବେଶକୁ ନଷ୍ଟ ନକରି ସବୁଜ ଜଙ୍ଗଲ ସୃଷ୍ଟି କରିବାରେ ସହାୟକ ହୋଇଥାଏ ତାହା ଉପରେ ଡ ଚାନ୍ଦ ଆଲୋକପାତ କରିଥିଲେ। ବକ୍ସାଇଟ୍ ଧାତୁ ଯୋଗୁ ପାଣି ମାଟି ଭିତରକୁ ଯାଇ ପାରି ନଥାଏ। ତେଣୁ ଏହାକୁ ଖନନ କରିଲେ ପାଣି ଭିତରକୁ ଯାଇଥାଏ ଏବଂ ମୃର୍ତ୍ତିକା ଉର୍ବର ହୋଇ ସବୁଜ ଜଙ୍ଗଲ ସୃଷ୍ଟି ହୋଇଥାଏ ବୋଲି ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଦାମନଯୋଡ଼ିର ଉଦାହରଣ ଦେଇଥିଲେ। ରାଜ୍ୟରେ ବେଦାନ୍ତର ନିଜସ୍ବ ବକ୍ସାଇଟ୍ ଖଣି ନଥିଲେ ମଧ୍ୟ ବାହାର ରାଜ୍ୟରୁ ଏହି ଧାତୁ ଆଣି କିଭଳି ପୂର୍ଣ୍ଣ ମୂଲ୍ୟଯୋଗ କରୁଛି ତାହାର ଉଦାହରଣ ସେ ଦେଇଥିଲେ।

ଏଥିରେ ଆଇଆଇଟି, ଆଇଏସଏମ ଧାନବାଦର ଅଧ୍ୟକ୍ଷ ପ୍ରଫେସର ଡି ଡି ମିଶ୍ର ଯୋଗଦେଇ ବିକାଶରେ ଖଣି ଶିଳ୍ପର ଯୋଗଦାନକୁ ପ୍ରଶଂସା କରିଥିଲେ। ସମ୍ମିଳନୀରେ ଆଇବିଏମ୍‌ର ଆଞ୍ଚଳିକ ଖଣି ନିୟନ୍ତ୍ରକ ବିଏଲ ଗୁର୍‌ଜାର, ଖଣି ସୁରକ୍ଷା ନିର୍ଦ୍ଦେଶକ କୃଷ୍ଣେନ୍ଦୁ ମଣ୍ଡଳ, ଓଡ଼ିଶାର ଅତିରିକ୍ତ ଖଣି ନିର୍ଦ୍ଦେଶକ ୟୁ ସି ଜେନା, ଏମ୍‌ସିଏଲ୍‌ର ସିଏମ୍‌ଡି ଓପି ସିଂହ, ସିଏମ୍‌ପିଆଇଡିଏଲ୍‌ର ସିଏମ୍‌ଡି ମନୋଜ କୁମାର, ସାନ୍‌ କାର୍ଲୋସ ବିଶ୍ବବିଦ୍ୟାଳୟର ପ୍ରଫେସର ‌ଭର୍ଜିଲିଓ ଆବେଲାନ ପ୍ରମୁଖ ଉଦବୋଧନ ଦେଇଥିଲେ। ସମ୍ମିଳନୀରେ ଡ ତପନ ଚାନ୍ଦଙ୍କୁ ନ୍ୟାସନାଲ ଜିଓମିନଟେକ ପକ୍ଷରୁ ଜୀବନବ୍ୟାପୀ ସଫଳତା ପୁରସ୍କାର ପ୍ରଦାନ କରାଯାଇଥିଲା। ଏମ୍‌ସିଏଲ୍‌ ସିଏମ୍‌ଡି ଶ୍ରୀ ସିଂହ ଓ ସିଏମ୍‌ପିଡିଆଇଏଲ୍‌ ସିଏମ୍‌ଡି ଶ୍ରୀ କୁମାରଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe