ଓଡ଼ିଶାରେ ସମ୍ଭାବନା ‌ଖୋଜିବେ ଜର୍ମାନି ନି‌ବେଶକ

Advertisment

୫୦୦ କମ୍ପ୍ରେସଡ୍‌ ବାୟୋ ଗ୍ୟାସ୍‌ ସ୍ଥାପନ ସୁଯୋଗ ଅଛି

୫୦୦ କମ୍ପ୍ରେସଡ୍‌ ବାୟୋ ଗ୍ୟାସ୍‌ ସ୍ଥାପନ ସୁଯୋଗ ଅଛି

ଓଡ଼ିଶାରେ ସମ୍ଭାବନା ‌ଖୋଜିବେ ଜର୍ମାନି ନି‌ବେଶକ

Modern Biogas Plant

ଭୁବନେଶ୍ବର: ସାରା ଦେଶରେ ୨୦୨୩ ସୁଦ୍ଧା ୫୦୦୦ କମ୍ପ୍ରେସଡ୍‌ ବାୟୋ ଗ୍ୟାସ୍‌ (ସିବିଜି) ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ‘ସତତ୍‌’ ଯୋଜନାର ଅଂଶ ସ୍ବରୂପ ସ୍ଥାପିତ ହେବାକୁ ଥିବା ଏହି କାରଖାନାଗୁଡ଼ିକ ମଧ୍ୟରୁ ଓଡ଼ିଶାରେ ୫୦୦ଟି କାରଖାନା ସ୍ଥାପନ କରାଯିବାର ସମ୍ଭାବନା ରହିଛି। ଆଜି ଇଣ୍ଡିଆନ୍ ଅଏଲ୍‌ର ସିଜିଏମ୍ ତଥା ଓଡ଼ିଶା ରାଜ୍ୟ ସଂଯୋଜକ ପ୍ରୀତିଶ ଭରତ ଏହି ସୂଚନା ଦେଇଛନ୍ତି। ସିବିଜିକୁ ନେଇ ଆସନ୍ତା ୧୬ ତାରିଖରେ ଭୁବନେଶ୍ବରଠାରେ ଏକ ରୋଡ୍ ସୋ’ ଆୟୋଜନ କରାଯିବ। ‌ସେଥିରେ ୭୦-୮୦ ନିବେଶକ ଯୋଗ ଦେବେ। ଏହି କାରଖାନା ସ୍ଥାପନ ପାଇଁ ରାଜ୍ୟରେ କ’ଣ ସୁବିଧା ସୁଯୋଗ ଓ ସମ୍ଭାବନା ରହିଛି ତାହା ପରଖିବା ପାଇଁ ଜର୍ମାନିରୁ ନିବେଶକମାନେ ଆସିବେ। ଏହା ବ୍ୟତୀତ ଦେଶର ପ୍ରତିଷ୍ଠିତ ସୁଗାର୍‌ ମିଲ୍‌ର ପ୍ରତିନିଧିମାନେ ମଧ୍ୟ ଆସିବେ। ରୋଡ୍‌ ସୋ’କୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିବେ।

ରାଜ୍ୟରେ ଥିବା କୃଷି ଓ ଅନ୍ୟାନ୍ୟ କ୍ଷେତ୍ରର ବର୍ଜ୍ୟବସ୍ତୁକୁ କଞ୍ଚାମାଲ ଭାବେ ଏହି କାରଖାନାଗୁଡ଼ିକରେ ବ୍ୟବହାର କରାଯିବ। ସେଥିରୁ ଯେଉଁ ଗ୍ୟାସ୍‌ ଉତ୍ପାଦନ ହେବ ତାହାକୁ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକ ଜରିଆରେ ଗାଡ଼ି ଇନ୍ଧନ ଭା‌ବେ ବିକ୍ରି କରାଯିବ। ପରବର୍ତ୍ତୀ ସମୟରେ ତାହାକୁ ରୋଷେଇ ଗ୍ୟାସ୍‌ ଭାବେ ମଧ୍ୟ ବ୍ୟବହାର କରିବାର ଯୋଜନା ରହିଛି। ଗୋଟିଏ କମ୍ପ୍ରେସଡ୍‌ ବାୟୋଗ୍ୟାସ୍‌ କାରଖାନା ସ୍ଥାପନ କରିବାକୁ ୬-୭ ଏକର ଜମି ଓ ୨୦ କୋଟି ଟଙ୍କାର ପୁଞ୍ଜିନିବେଶ ଦରକାର। ଏସବୁ କାରଖାନାରେ ଯେଉଁ ଗ୍ୟାସ୍‌ ଉତ୍ପାଦନ ହେବ ତାହାକୁ ତେଲ କଂପାନିଗୁଡ଼ିକ କିଣି ନିଜର ପେଟ୍ରୋଲ୍ ପମ୍ପ୍ ଜରିଆରେ ବିକ୍ରି କରିବେ। ଏବେ କମ୍ପ୍ରେସଡ୍‌ ବାୟୋଗ୍ୟାସ୍‌ର ମୂଲ୍ୟ କିଲୋ ପିଛା ୪୬ ଟଙ୍କା ରହିଛି ଯାହା ପେଟ୍ରୋଲ୍ ଓ ଡିଜେଲ ଦର ଠାରୁ ଯଥେଷ୍ଟ କମ୍। ତେଣୁ ଏହି ଗ୍ୟାସ୍‌ ଦେଶକୁ ଇନ୍ଧନରେ ଆତ୍ମନିର୍ଭରଶୀଳ କରିପାରିବ ଓ ଅଶୋଧିତ ତେଲ ଉପରେ ନିର୍ଭରଶୀଳତା କମ୍ କରିବାରେ ସହାୟକ ହୋଇପାରିବ। ଏହି ଅବସରରେ ବିପିସିଏଲ୍‌ର ଖୁଚୁରା ମୁଖ୍ୟ-ଓଡ଼ିଶା ଦେବାଶିଷ ପାଲିତ, ଏଚ୍‌ପିସିଏଲ୍‌ର ଡିଜିଏମ୍‌ ଅଭୟଙ୍କର ଦାସ ଓ ଶ୍ରୀଜିତ ବସୁ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe