ଏମ୍‌ଆଧାର ଆପ୍ ଇନ୍‌ଷ୍ଟଲ୍‌ କରନ୍ତୁ, ଆପଣଙ୍କ ସ୍ମାର୍ଟଫୋନ୍‌ରେ ୩୫ ପ୍ରକାରର ଆଧାର ସେବାର ସୁଯୋଗ ନିଅନ୍ତୁ

Advertisment
ଏମ୍‌ଆଧାର ଆପ୍ ଇନ୍‌ଷ୍ଟଲ୍‌ କରନ୍ତୁ, ଆପଣଙ୍କ ସ୍ମାର୍ଟଫୋନ୍‌ରେ ୩୫ ପ୍ରକାରର ଆଧାର ସେବାର ସୁଯୋଗ ନିଅନ୍ତୁ

ନୂଆଦିଲ୍ଲୀ: ଆଧାର ପ୍ରଦାନକାରୀ ସଂସ୍ଥା ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆ) ପକ୍ଷରୁ ଗ୍ରାହକମାନଙ୍କ ସକାଶେ ଅନେକ ମୋବାଇଲ୍‌ ଓ ଅନ୍‌ଲାଇନ୍‌ ସେବା ପ୍ରଦାନ କରାଯାଉଛି। ସେହି ସେବାଗୁଡ଼ିକ ମଧ୍ୟରୁ ଏମ୍‌ଆଧାର ଆପ୍‌ ଅନ୍ୟତମ। ଯାହାକୁ କି ଆମେ ଦେଶର ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବ୍ୟବହାର କରିପାରିବା। ଏହି ଆପ୍‌ ଜରିଆରେ ବ୍ୟବହାରକାରୀମାନେ ସେମାନଙ୍କ ମୋବାଇଲ୍‌ରେ ୩୫ ଆଧାର ସେବା ପାଇପାରିବେ।

ଆପଣଙ୍କ ପର୍ସରେ ଆଧାରକାର୍ଡ ରଖିବାଠାରୁ ମୋବାଇଲ୍‌ରେ ଏମ୍‌ଆଧାର ଆପ୍‌ ରଖିବା ନିଶ୍ଚିତ ଭାବେ ବେଶି ଫଳପ୍ରଦ ହେବ। ଏହି ଆପ୍‌କୁ ଭାରତ‌ର କେଉଁ ବି ସ୍ଥାନରେ ଓ କେଉଁ ବି ମୁହୂର୍ତ୍ତରେ ବ୍ୟବହାର କରାଯାଇ ପାରିବ। ଏମ୍‌ଆଧାର ଆପ୍‌କୁ ରେଳ ଷ୍ଟେସନ୍‌ ଓ ବିମାନ ବନ୍ଦରରେ ଏକ ବୈଧ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଇକେୱାଇସି ଓ କ୍ୟୁଆର୍‌ କୋର୍ଡ ଆବଶ୍ୟକ ପଡୁଥିବା କ୍ଷେତ୍ରରେ ବି ବ୍ୟବହାରକାରୀ ଏମ୍‌ଆଧାରକାର୍ଡ ବ୍ୟବହାର କରିପାରିବେ।

ତେବେ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଏମ୍‌ଆଧାର ଆପ୍‌ ଆପଣଙ୍କୁ ଆପଣଙ୍କ ନାମ, ଜନ୍ମ ତାରିଖ, ମୋବାଇଲ୍‌ ନମ୍ବର ପରି ଜନସଂଖ୍ୟା ବିବରଣୀ ଅପ୍‌ଡେଟ୍‌ କରିବାର ସୁଯୋଗ ଦେବନାହିଁ।

ଯେଉଁମାନଙ୍କର ଅଧାରକାର୍ଡ ସେମାନଙ୍କ ମୋବାଇଲ୍‌ ନମ୍ବର ସହିତ ପଞ୍ଜିକୃତ ହୋଇଛି ସେମାନେ ଏମ୍‌ଆଧାର ଆପ୍‌ରେ ସେମାନଙ୍କର ଆଧାର ପ୍ରୋଫାଇଲ୍‌ ସୃଷ୍ଟି କରିପାରିବେ। ବ୍ୟବହାରକାରୀ ସେମାନଙ୍କ ସ୍ମାର୍ଟଫୋନ୍‌ରେ ଇନ୍‌ଷ୍ଟଲ୍‌ ହୋଇଥିବା ଏମ୍‌ଆଧାର ଆପ୍‌ରେ ସେମାନଙ୍କ ପ୍ରୋଫାଇଲ୍‌ ଖୋଲିବା ପରେ ସେମାନଙ୍କ ପଞ୍ଜିକୃତ ମୋବାଇଲ୍‌ ନମ୍ବରକୁ ଏକ ଓଟିପି ପଠାଯିବ।

ମୋବାଇଲ୍‌ରେ ଆଧାର ପ୍ରୋଫାଇଲ୍‌ ଖୋଲିବାକୁ ପ୍ରଥମେ ମୋବାଇଲ୍‌ରେ ଏମ୍‌ଆଧାରଆପ୍‌ ଇନ୍‌ଷ୍ଟଲ୍‌ କରନ୍ତୁ। ମୁଖ୍ୟ ଡ୍ୟାସବୋର୍ଡର ଶୀର୍ଷରେ ଥିବା ରେଜିଷ୍ଟର ଆଧାର ଟ୍ୟାବ୍ ଉପରକୁ ଯାଆନ୍ତୁ। ସେଠାରେ ୪ ଅଙ୍କ ବିଶିଷ୍ଟ ଏକ ପାସ୍‌ୱାର୍ଡ ଦିଅନ୍ତୁ। ଏହାପରେ ଆପଣଙ୍କ ଆଧାର ନମ୍ବର ସହ ସେଠାରେ ଥିବା କ୍ୟାପ୍‌ଚା ଦିଅନ୍ତୁ। ତା’ପରେ ଆପଣଙ୍କ ମୋବାଇଲ୍‌କୁ ଆସିଥିବା ଓଟିପି ଦେଇ ଦାଖଲ(ସବ୍‌ମିଟ୍‌) କରିଦିଅନ୍ତୁ। ଏହାପରେ ଆପଣଙ୍କୁ ପଞ୍ଜିକୃତ ଆଧାର ନାମ ଦୃଶ୍ୟମାନ ହେବ। ଆପଣ ଏଥର ବଟନ୍‌ ମେନୁରେ ଥିବା ମାଇଁ ଆଧାରକୁ ଯାଆନ୍ତୁ। ସେଠାରେ ଆପଣ ପୂର୍ବରୁ ଦେଇଥିବା ୪ ଅଙ୍କର ପାସୱାର୍ଡ ଦିଅନ୍ତୁ। ଫଳରେ ଆପଣଙ୍କୁ ସେଠାରେ ମାଇଁ ଆଧାର ଡାସ୍‌ବୋର୍ଡ ଦୃଶ୍ୟମାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe