ବେଙ୍ଗାଲୁରୁ: ଅନ୍ଲାଇନ୍ରେ କିଛି ବରାଦ କରି ଠକାମୀର ଶିକାର ହେବା କଥା କିଛି ନୂଆ ଜିନିଷ ନୁହେଁ। ପୂର୍ବରୁ ମଧ୍ୟ ଏପରି ବିଭିନ୍ନ ମାମଲା ରେକର୍ଡ ହୋଇଛି। ନିକଟରେ ବେଙ୍ଗାଲୁରୁର ଜଣେ ସଫ୍ଟୱେର୍ ଇଞ୍ଜିନିୟର ପ୍ରେମାନନ୍ଦ ଅନଲାଇନରେ ବରାଦ କରିଥିବା ସାମ୍ସଙ୍ଗ୍ ଗ୍ୟାଲାକ୍ସି ଜେଡ୍ ଫ୍ଲୋଡ୍ ୭ ସ୍ମାର୍ଟଫୋନ୍ ବଦଳରେ ଏକ ଟାଇଲ୍ ପାଇଛନ୍ତି। ଯାହା ଫଳରେ ଗ୍ରାହକ ଜଣକ ଆମାଜନ୍ ଡେଲିଭରି ଠକାମୀର ଶିକାର ହୋଇ ୧.୮୬ ଲକ୍ଷ ଟଙ୍କା ହରାଇଛନ୍ତି।
ୟେଲାଚେନାହାଲ୍ଲିର ବାସିନ୍ଦା ପ୍ରେମାନନ୍ଦ ଅକ୍ଟୋବର ୧୪ ତାରିଖରେ ନିଜର ଏଚ୍ଡିଏଫ୍ସି କ୍ରେଡିଟ୍ କାର୍ଡ ବ୍ୟବହାର କରି ଏକ ଦାମୀ ଫୋନ୍ ଆମାଜନ୍ରୁ ବରାଦ କରିଥିଲେ। ସେ ବରାଦ କରିବା ବେଳେ ପୂରା ଟଙ୍କା ପୈଠ କରି ଦେଇଥିଲେ। ହେଲେ ସେ ଜାଣିନଥିଲେ ଯେ ତାଙ୍କୁ ଏପରି ଠକାମୀର ଶିକାର ହେବାକୁ ପଡ଼ିବ ବୋଲି। ସେ ଉଚ୍ଚମାନର ସ୍ମାର୍ଟଫୋନ୍ ବଦଳରେ ବାକ୍ସ ଭିତରେ କେବଳ ଏକ ବର୍ଗାକାର ଧଳା ଟାଇଲ୍ ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏଭଳି ଘଟଣା ଘଟିବା ପରେ ପ୍ରେମାନନ୍ଦ ତୁରନ୍ତ ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲରେ ଅଭିଯୋଗ ଦାଖଲ କଲେ ଏବଂ ପରେ କୁମାରସ୍ୱାମୀ ଲେଆଉଟ୍ ପୁଲିସ ଷ୍ଟେସନରେ ଅଭିଯୋଗ କଲେ। ଏହି ଅଭିଯୋଗ ଅନୁଯାୟୀ ଏକ ଏଫଆଇଆର ରୁଜୁ କରାଯାଇଛି। ପୁଲିସ ଏହି ଠକେଇ ପଛରେ ଥିବା ଲୋକଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି।
ଆହୁରି ପଢ଼ନ୍ତୁ: ପ୍ରଦୂଷଣ ସାଙ୍ଗକୁ ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଉଛି ଋତୁକାଳୀନ ଭାଇରସ୍
ଅନ୍ୟ ଏକ ମାମଲା
ମୁମ୍ବାଇର ଅନ୍ୟ ମାମଲାରେ, ଅଗଷ୍ଟ ମାସରେ ଏକ ଅନଲାଇନ୍ ଡେଲିଭରି ଆପ୍ ମାଧ୍ୟମରେ ଏକ ଲିଟର କ୍ଷୀର ଅର୍ଡର କରିବାକୁ ଚେଷ୍ଟା କରୁଥିବା ସମୟରେ ଜଣେ ୭୧ ବର୍ଷୀୟ ମହିଳା ୧୮.୫ ଲକ୍ଷ ଟଙ୍କା ହରାଇଥିଲେ।
ୱାଡାଲାରେ ରହୁଥିବା ମହିଳା ଜଣକ ନିଜକୁ "ଦୀପକ" ବୋଲି ପରିଚୟ ଦେଉଥିବା ଜଣେ ବ୍ୟକ୍ତିଙ୍କଠାରୁ ଏକ କଲ୍ ପାଇଥିଲେ, ଯିଏ ଏକ କ୍ଷୀର କମ୍ପାନୀର କାର୍ଯ୍ୟନିର୍ବାହୀ ବୋଲି ମହିଳାଙ୍କୁ କହିଥିଲେ। ସେ ତାଙ୍କୁ ଏକ ଲିଙ୍କ ପଠାଇ ଅର୍ଡର ପୂରଣ କରିବା ପାଇଁ ତାଙ୍କର ବିବରଣୀ ପୂରଣ କରିବାକୁ କହିଥିଲେ। ମହିଳା ଜଣକ ତାଙ୍କ ଫାଶରେ ପଡ଼ିଯାଇ ନିଜର ୧୮.୫ ଲକ୍ଷ ଟଙ୍କା ହରାଇଥିଲେ।
ଆହୁରି ପଢ଼ନ୍ତୁ: ପ୍ରଦୂଷଣ ସାଙ୍ଗକୁ ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଉଛି ଋତୁକାଳୀନ ଭାଇରସ୍
amazone | delivery boy | smartphone
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/31/untitled-7-1-2025-10-31-16-00-33.jpg)
