ଗୀତା ଅଟୋନୋମସ୍ କଲେଜକୁ ପୁଣିଥରେ ଏନ୍‌ଆଇଆର୍‌ଏଫ୍‌ ମାନ୍ୟତା

Advertisment
ଗୀତା ଅଟୋନୋମସ୍ କଲେଜକୁ ପୁଣିଥରେ ଏନ୍‌ଆଇଆର୍‌ଏଫ୍‌ ମାନ୍ୟତା

Clgonline

ଭୁବନେଶ୍ବର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଚଳିତ ବର୍ଷ ପାଇଁ ପ୍ରକାଶିତ ଏନ୍‌ଆଇଆରଏଫ୍‌ ରାଙ୍କିଂର ଇଞ୍ଜିନିୟରିଂ ବର୍ଗରେ, ଗୀତା ଅଟୋନୋମସ୍ କଲେଜକୁ ପୁନଶ୍ଚ ମାନ୍ୟତା ମିଳିଛି। ଏହି ତାଲିକାରେ ‘ଗୀତା’ ଅଟୋନୋମସ୍ କଲେଜ ୨୦୧-୨୫୦ ମଧ୍ୟରେ ସ୍ଥାନୀତ ହୋଇଛି। ଏଠାରେ ଉଲ୍ଳେଖଯୋଗ୍ୟ ଯେ, ୨୦୧୭ ମସିହା ଠାରୁ ଗୀତାକୁ ଏହି ମାନ୍ୟତା ପ୍ରତିବର୍ଷ ମିଳି ଆସୁଛି, ଯାହାକି ବୈଷୟିକ ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ଗବେଷଣା ଓ ବିକାଶ କ୍ଷେତ୍ରରେ ଏକ ମାନଦଣ୍ଡ ରୂପେ ପରିଗଣିତ ହୁଏ। ୨୦୦୪ରେ ସ୍ଥାପିତ ଗୀତା ଇଞ୍ଜିନିୟୟରିଂ କଲେଜକୁ ଭାରତ ସରକାରଙ୍କ ୟୁନିଭର୍ସିଟି ଗ୍ରାଣ୍ଟସ୍ କମିସନ୍, ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବିପିୟୁଟି ପୂର୍ବରୁ ପ୍ରଦାନ କରିଥିବା ସ୍ବୟଂଶାସିତ ମାନ୍ୟତା ଏବଂ ଏନଏଏସି , ଏସଆଇଆରଓ ମାନ୍ୟତା ସହ ଚଳିତ ବର୍ଷର ଏନଆଇଆରଏଫ୍‌ ର ପୁନଃସ୍ୱୀକୃତି, ପୂର୍ବ ଭାରତର ବୈଷୟିକ ଶିକ୍ଷା କ୍ଷେତ୍ରରେ ନିଶ୍ଚୟ ଏକ ନୂତନ ଫର୍ଦ୍ଦ ଯୋଡ଼ି ପାରିଛି । ଏହି ଅବସରରେ ଗୀତାର ଚେୟାରମ୍ୟାନ୍ ଡ. ସତ୍ୟପ୍ରକାଶ ପଣ୍ଡା, ସେକ୍ରେଟାରୀ ଡ. ଚନ୍ଦ୍ରଧ୍ୱଜ ପଣ୍ଡା ଏବଂ ଭାଇସ୍ ଚେୟାରମ୍ୟାନ୍ ବିରଞ୍ଚି ନାରାୟଣ ପଣ୍ଡା, ଅଧ୍ୟକ୍ଷ ପ୍ରଫେସର ଡ. ମନ୍ମଥ କୁମାର ରାଉଳ, ଡିନ୍ (ପ୍ରଶାସନ) କମାଣ୍ଡର ଡ. ପି.କେ. ରାଉତରାୟ ସମସ୍ତ ବିଦ୍ୟାର୍ଥୀ, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତ୍ତା, ଉପଦେଷ୍ଟା, ନିଯୁକ୍ତିଦାତା ଓ ଶୁଭେଚ୍ଛୁ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe