ଗୀତା ଇଞ୍ଜିନିୟରିଂ କଲେଜକୁ ସ୍ବୟଂଶାସିତ ମାନ୍ୟତା

Advertisment
ଗୀତା ଇଞ୍ଜିନିୟରିଂ କଲେଜକୁ ସ୍ବୟଂଶାସିତ ମାନ୍ୟତା

ଭୁବନେଶ୍ବର: ଭାରତ ସରକାରଙ୍କ ୟୁନିଭର୍ସିଟି ଗ୍ରାଣ୍ଟସ୍ କମିସନ, ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବିପିୟୁଟି, ରାଉରକେଲା ପକ୍ଷରୁ ଗୀତା ଇଞ୍ଜିନିୟରିଂ କଲେଜ୍‌କୁ ୨୦୨୦-୨୧ ଶିକ୍ଷାବର୍ଷରୁ ଆଗାମୀ ଦଶ ବର୍ଷ ପର୍ଯ୍ୟନ୍ତ ସ୍ବୟଂଶାସିତ ମାନ୍ୟତା ପ୍ରଦାନ କରାଯାଇଛି। ଜିଆଇଇଟି ବିଶ୍ୱବିଦ୍ୟାଳୟ, ଗୁଣୁପୁରର ପ୍ରତିଷ୍ଠାତା ବିଦ୍ୟାଭାରତୀ ଏଜୁକେସନାଲ ଟ୍ରଷ୍ଟ ଦ୍ୱାରା ୨୦୦୪ ମସିହାରେ ସ୍ଥାପିତ ଗୀତା, ଭୁବନେଶ୍ୱରକୁ ପୂର୍ବରୁ ଏନ୍‌ବିଏ, ନାକ୍, ଏସ୍‌ଆଇଆର୍‌ଓ ଏବଂ ଏନ୍‌ଆଇଆରଏଫ୍‌ ମାନ୍ୟତା ମିଳିଥିଲା।

ପ୍ରଯୁକ୍ତିବିଦ୍ୟା, ଗବେଷଣା ଓ ବିକାଶ କ୍ଷେତ୍ରରେ ଉନ୍ମେଷର ଏହି ନୂତନ ସ୍ୱୀକୃତି ପାଇଁ ଗୀତାର ଚେୟାରମ୍ୟାନ୍ ଡ଼. ସତ୍ୟପ୍ରକାଶ ପଣ୍ଡା, ସେକ୍ରେଟାରୀ ଡ. ଚନ୍ଦ୍ରଧ୍ୱଜ ପଣ୍ଡା ଏବଂ ଭାଇସ୍ ଚେୟାରମ୍ୟାନ୍ ବିରଞ୍ଚି ନାରାୟଣ ପଣ୍ଡା ପ୍ରମୁଖ ସମସ୍ତ ବିଦ୍ୟାର୍ଥୀ, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତ୍ତା, ଉପଦେଷ୍ଟା, ନିଯୁକ୍ତିଦାତା ଓ ଶୁଭେଛୁ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଟେକ୍, ଏମ୍ ଟେକ୍, ଏମ୍‌ବିଏ, ଏମ୍‌ସିଏ ବିଭାଗରେ ପ୍ରାୟ ୪୦୦୦ ଛାତ୍ରଛାତ୍ରୀଙ୍କ ଭରସାଯୋଗ୍ୟ ପ୍ରତିଷ୍ଠାନ ଗୀତା ନୂଆ ଦଶନ୍ଧୀରେ ଗୀତା ଅଟୋମେସନ୍ କଲେଜର ନୂଆ ପରିଚୟ ପାଇଛି ବୋଲି ଅନୁଷ୍ଠାନ ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe