Advertisment

ଆଇଏମ୍ଏଫ୍‌ ଛାଡ଼ିବେନି ଗୀତା, ଡେପୁଟି ଏମ୍‌ଡି ପଦକୁ ପଦୋନ୍ନତି

Advertisment
ଆଇଏମ୍ଏଫ୍‌ ଛାଡ଼ିବେନି ଗୀତା, ଡେପୁଟି ଏମ୍‌ଡି ପଦକୁ ପଦୋନ୍ନତି

ନୂଆଦିଲ୍ଲୀ: ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌)ର ମୁଖ୍ୟ ଅର୍ଥନୀତିଜ୍ଞ ଭାରତୀୟ ବଂଶୋଦ୍ଭବ ଗୀତା ଗୋପୀନାଥଙ୍କୁ ପଦୋନ୍ନତି ମିଳିଛି। ତାଙ୍କୁ ଉପ ପରିଚାଳନା ନିର୍ଦେଶିକା ଭାବେ ନିଯୁକ୍ତି ଦିଆଯାଇଛି। ସଂସ୍ଥାର ପ୍ରଥମ ଉପ ପରିଚାଳନା ନିର୍ଦେଶକ ଜିଓଫ୍ରେ ଓକାମୋଟୋ ପଦ ଛାଡ଼ିବା ପରେ ସେହି ସ୍ଥାନରେ ୨୦୨୨ ଜାନୁଆରି ୨୧ରୁ ସେ କାର୍ଯ୍ୟ କରିବେ। ଆଇଏମ୍ଏଫ୍‌ ଛାଡ଼ିବା ପରେ ଓକାମୋଟୋ ପୁଣି ଥରେ ଘରୋଇ କ୍ଷେତ୍ରକୁ ଫେରିଯିବେ। କିଛି ଦିନ ପୂ‌ର୍ବେ ଗୀତା ଘୋଷଣା କରିଥିଲେ ଯେ ସେ ଆଇଏମ୍‌ଏଫ୍‌ ଛାଡ଼ି ପାଠ ପଢ଼ାଇବା ଲାଗି ପୁଣି ଥରେ ହାର୍ଭାର୍ଡ ବିଶ୍ବବିଦ୍ୟାଳୟ ଫେରିଯିବେ।

ମାତ୍ର ତାଙ୍କୁ ବ୍ୟାପକ ନୀତି ଭିତ୍ତିକ ଭୂମିକାରେ କାର୍ଯ୍ୟ କରିବାର ସୁଯୋଗ ଦିଆଯିବା ପରେ ସେ ନିଜ ନିଷ୍ପତ୍ତି ବଦଳାଇଛନ୍ତି ବୋଲି ଆଇଏମ୍ଏଫ୍‌ର ପରିଚାଳନା ନିର୍ଦେଶିକା କ୍ରିଷ୍ଟାଲିନା ଜୋର୍ଜିଭା କହିଛନ୍ତି। ଗୀତାଙ୍କ ବିଷୟରେ କ୍ରିଷ୍ଟାଲିନା କହିଛନ୍ତି ଯେ ଗୀତା ସାରା ବିଶ୍ବରେ ପରିଚିତ ଓ ସେ ଜଣେ ଅଗ୍ରଣୀ ଅର୍ଥନୀତିଜ୍ଞ। ସେଥିପାଇଁ ତାଙ୍କୁ ସଂସ୍ଥାର ଦ୍ବିତୀୟ ନମ୍ବର ପଦ ପ୍ରଦାନ କରାଯାଇଛି। ତାଙ୍କ ପାଖରେ ଥିବା ସ୍ବତନ୍ତ୍ର ଦକ୍ଷତା ଓ ସଂସ୍ଥାରେ ମୁଖ୍ୟ ଅର୍ଥନୀତିଜ୍ଞ ଭାବେ କାର୍ଯ୍ୟ କରି ସେ ଯେଉଁ ଅଭିଜ୍ଞତା ହାସଲ କରିଛନ୍ତି ସେହି ଦୃଷ୍ଟିରୁ ଦୁଇ ନମ୍ବର ପଦ ଲାଗି ସେ ହେଉଛନ୍ତି ଉପଯୁକ୍ତ ପ୍ରାର୍ଥୀ ବୋଲି କ୍ରିଷ୍ଟାଲିନା କହିଛନ୍ତି। ନିଜ ନୂଆ ଭୂମିକାରେ ଗୀତା ନିରୀକ୍ଷଣ, ଗବେଷଣା ଓ ପ୍ରକାଶନ କାର୍ଯ୍ୟର ତଦାରଖ କରିବେ। ଗୀତାଙ୍କୁ ନୂଆ ପଦ ପ୍ରଦାନ କରିବା ନିଷ୍ପତ୍ତିକୁ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ସ୍ବାଗତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe