ବିଶାଖାପାଟନମ୍: ଗିତମ୍ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ଲାଇନ୍ ପରୀକ୍ଷା ବା ଜିଏଟି-୧୮ ଆସନ୍ତା ବର୍ଷ ଏପ୍ରିଲ ୧୧ ତାରିଖରୁ ଆରମ୍ଭ ହେବ। ଅଣ୍ଡର ଗ୍ରାଜୁଏଟ୍, ପିଜି ଇଞ୍ଜିନିୟରିଂ, ପ୍ରଯୁକ୍ତି, ଫାର୍ମାସି ଏବଂ ଆର୍କିଟେକ୍ଚର ପାଠ୍ୟକ୍ରମରେ ନାମଲେଖା ପାଇଁ ହେବାକୁ ଥିବା ପରୀକ୍ଷା ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଦେଶର ୪୮ଟି ସହରରେ ଅନୁଷ୍ଠିତ ହେବ। ବିଶ୍ୱବିଦ୍ୟାଳୟର କୁଳପତି ଏମ୍ ଏସ୍ ପ୍ରସାଦ ରାଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାର ବିଶାଖାପାଟନମ୍, ହାଇଦ୍ରାବାଦ ଓ ବେଙ୍ଗାଲୁରୁ କ୍ୟାମ୍ପସ୍ରେ ବିଭିନ୍ନ ପ୍ରକାର ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାର ହାଇଦ୍ରାବାଦ କ୍ୟାମ୍ପସ୍ରେ ୨୦୧୮ରୁ ପୁନର୍ବାର ବି. ଫାର୍ମାସି ପାଠ୍ୟକ୍ରମ ଆରମ୍ଭ ହେବ। ସେହିଭଳି ବେଙ୍ଗାଲୁରୁ କ୍ୟାମ୍ପସ୍ରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାଇବର ନିରାପତ୍ତା, ଡାଟା ସାଇନ୍ସ, ଏମ୍ବେଡେଡ୍ ସିଷ୍ଟମ୍ ଏବଂ ଭିଏଲ୍ଏସ୍ଆଇ ଡିଜାଇନ୍ରେ ଏମ୍ଟେକ୍ ପାଠ୍ୟକ୍ରମ ୨୦୧୭-୧୮ ବର୍ଷରୁ ଆରମ୍ଭ କରିବ। ଜିଏଟି-୨୦୧୮ ପରୀକ୍ଷାରେ ବିଦ୍ୟାର୍ଥୀଙ୍କ ର୍ୟାଙ୍କ ଅନୁଯାୟୀ ଏହି ପାଠ୍ୟକ୍ରମ ଗୁଡ଼ିକରେ ପଢ଼ିବା ସୁଯୋଗ ମିଳିବ। ପରୀକ୍ଷା ଦେବାକୁ ଆଗ୍ରହୀ ଛାତ୍ରଛାତ୍ରୀମାନେ ଜିଏଟି ନିର୍ଦେଶାବଳୀ ଓ ଆବେଦନ ଫର୍ମ ବିଶ୍ୱବିଦ୍ୟାଳୟର େଓ୍ଵବସାଇଟ୍ରୁ ଡାଉନଲୋଡ କରିପାରିବେ। ଏଥିସହିତ ୟୁନିୟନ ବ୍ୟାଙ୍କ, ଇଣ୍ଡିଆନ୍ ବ୍ୟାଙ୍କ ଓ କରୁର୍ ବୈଶ୍ୟ ବ୍ୟାଙ୍କର ଶାଖା ଗୁଡ଼ିକରେ ଜିଏଟି-୧୮ର ଆବେଦନ ଫର୍ମ ମଧ୍ୟ ଉପଲବ୍ଧ ହେବ। ଆବେଦନ ଫର୍ମ ଦାଖଲର ଶେଷ ଦିବସ ୨୦୧୮ ମାର୍ଚ ୨୬ ରଖାଯାଇଛି।
ଗିତମ୍ ଅନ୍ଲାଇନ୍ ନାମଲେଖା ପରୀକ୍ଷା ଏପ୍ରିଲ ୧୧ରୁ
Advertisment
Follow Us