ଭୁବନେଶ୍ବର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ତଥା ନିରବ ମୋଦୀଙ୍କ ମାମୁ ମେହୁଲ ଚୋକ୍ସିଙ୍କ କମ୍ପାନି ଗୀତାଞ୍ଜଳି ଜେମ୍ସ ପକ୍ଷରୁ ଓଡ଼ିଶାରେ ଏକ ଜେମ୍ସ ପାର୍କ ସ୍ଥାପନ ପାଇଁ ପୂର୍ବରୁ ଆବେଦନ କରାଯାଇଥିଲା। ଏହି ଆବେଦନକୁ ରାଜ୍ୟ ସରକାର ମଞ୍ଜୁର ମଧ୍ୟ କରିଥିଲେ। ତେବେ ଠକେଇ ଘଟଣା ପଦାକୁ ଆସିବା ପରେ ଉକ୍ତ କମ୍ପାନିର ପ୍ରସ୍ତାବକୁ ସରକାର ବାତିଲ କରିଦେଇଛନ୍ତି। ସେହି କମ୍ପାନି ପାଇଁ ଯେଉଁ ଜମି ଆବଣ୍ଟନ ହୋଇଥିଲା ତାହାକୁ ବାତିଲ କରି ଅନ୍ୟ କମ୍ପାନିକୁ ଦିଆଯାଇଛି। ଏଥିସହିତ କମ୍ପାନି ଜମି ପାଇଁ ଦାଖଲ କରିଥିବା ଟଙ୍କାକୁ ମଧ୍ୟ ବାଜ୍ୟାପ୍ତି କରି ଦିଆଯାଇଛି ବୋଲି ଇଡକୋ ସିଏମଡି ସଞ୍ଜୟ ସିଂହ ଆଜି ସୂଚନା ଦେଇଛନ୍ତି। ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପରୀପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହ ଏହି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗୀତାଞ୍ଜଳି ଜେମ୍ସ ପକ୍ଷରୁ କଟକ ଜିଲ୍ଲାର ରାମଦାସପୁରଠାରେ ଜେମସ ପାର୍କ ନିର୍ମାଣ ପ୍ରସ୍ତାବ ରହିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us