ଗୀତାଂଶ କେବୁଲ୍‌ସ ଆଣ୍ଡ୍‌ କଣ୍ଡକ୍ଟର୍‌ସ ଲୋକାର୍ପିତ

Advertisment
ଗୀତାଂଶ କେବୁଲ୍‌ସ ଆଣ୍ଡ୍‌ କଣ୍ଡକ୍ଟର୍‌ସ ଲୋକାର୍ପିତ

କଟକ : ବିଦ୍ୟୁତ ଯୋଗାଣ ତଥା ସଂଯୋଗ କାର୍ଯ୍ୟରେ ବ୍ୟବହାର ହେଉଥିବା ବିଭିନ୍ନ କେବୁଲ୍‌ର ପ୍ରସ୍ତୁତକାରୀ ସଂସ୍ଥା ଗୀତାଂଶ କେବୁଲ୍‌ସ ଆଣ୍ଡ କଣ୍ଡକ୍ଟର୍‌ସ ପ୍ରାଇଭେଟ୍ ଲିମିଟେଡ୍ ନିଜର ଉତ୍ପାଦନ ଆରମ୍ଭ କରିଛି। ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ କହରାପୋଖରୀ ନିକଟରେ ଏହି ଶିଳ୍ପ ସଂସ୍ଥା ପ୍ରତିଷ୍ଠା ହୋଇଛି। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଯୁବ ଶି‌ଳ୍ପଦ୍ୟୋଗୀ ଅୟସକାନ୍ତ ମହାନ୍ତିଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ଏହି ଶିଳ୍ପସଂସ୍ଥା ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସହିତ ରାଜ୍ୟରେ ଏକ ଭିନ୍ନ ଧରଣର ସାମଗ୍ରୀ ପ୍ରସ୍ତୁତ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିଛି। ଏହା ରାଜ୍ୟର ବିଦ୍ୟୁତ କ୍ଷେତ୍ରରେ ଆବଶ୍ୟକ ପଡୁଥିବା କେବୁଲ୍ ଚାହିଦା ପୂରଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ ବୋଲି ଆଶା କରାଯାଉଛି। ଇଂଜିନିୟର ଦେବାନନ୍ଦ ବାବୁ, ଅନୁମିତା ସ୍ବାଇଁ ପ୍ରମୁଖ ଶିଳ୍ପ ସଂସ୍ଥାର ଲୋକାର୍ପଣ ଓ ଉତ୍ପାଦନ କାର୍ଯ୍ୟରେ ପ୍ରମୁଖ ସହଯୋଗ କରିଛନ୍ତି। ଭୁବନେଶ୍ବରରେ ମଧ୍ୟ ସଂସ୍ଥାର ନିଜସ୍ବ କାର୍ଯ୍ୟାଳୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe