Image Courtesy of NDTV
ନୂଆଦିଲ୍ଲୀ: ୨୦୨୦ ବ୍ୟବସାୟିକ ଲାଞ୍ଚ ରିସ୍କ୍ ବା ଅନିଷ୍ଟ ମୂଲ୍ୟାୟନ କରୁଥିବା ‘ଟ୍ରେସ୍’ର ବୈଶ୍ବିକ ତାଲିକାରେ ୪୫ ନମ୍ବର ସ୍କୋର୍ କରି ଭାରତ ୭୭ତମ ସ୍ଥାନରେ ସ୍ଥାନୀତ ହୋଇଛି। ୨୦୧୯ରେ ୪୮ ନମ୍ବର ସ୍କୋର୍ କରି ଭାରତ ଏହି ତାଲିକାର ୭୮ତମ ସ୍ଥାନରେ ରହିଥିଲା।
ଲାଞ୍ଚ-ନିରୋଧୀ ମାନକ ନିର୍ଦ୍ଧାରଣ କରୁଥିବା ସଂସ୍ଥାନ ‘ଟ୍ରେସ୍’ ପ୍ରସ୍ତୁତ କରିଥିବା ଏହି ତାଲିକା ୧୯୪ଟି ଦେଶ, ପ୍ରଶାସନିକ ଅଞ୍ଚଳ ଏବଂ ସ୍ବୟଂଶାସିତ ଓ ଆଂଶିକ-ସ୍ବୟଂଶାସିତ ଅଞ୍ଚଳରେ ଲାଞ୍ଚ ସଙ୍କଟର ମୂଲ୍ୟାୟନ କରିଥାଏ।
ଏବର୍ଷର ତଥ୍ୟ ଅନୁସାରେ, ଉତ୍ତର କୋରିଆ, ତୁର୍କମେନିସ୍ତାନ, ଦକ୍ଷିଣ ସୁଦାନ, ଭେନିଜୁଏଲା ଏବଂ ଏରିଟ୍ରିଆ ସର୍ବୋଚ୍ଚ ବ୍ୟାବସାୟିକ ଲାଞ୍ଚ ସଙ୍କଟ ଉପସ୍ଥାପନ କରୁଥିବା ବେଳେ ଡେନ୍ମାର୍କ, ନର୍ୱେ, ଫିନ୍ଲାଣ୍ଡ୍, ସ୍ବିଡେନ୍ ଏବଂ ନିଉଜିଲାଣ୍ଡ୍ ସର୍ବନିମ୍ନ ଉପସ୍ଥାପନ କରୁଛନ୍ତି।
Image Courtesy of Dainik Bhaskarସରକାରଙ୍କ ସହ ବ୍ୟବସାୟିକ ଆଲୋଚନା, ଲାଞ୍ଚ ପ୍ରତିରୋଧକ ଏବଂ ପ୍ରବର୍ତ୍ତନ, ସରକାର ଏବଂ ସିଭିଲ୍ ସର୍ଭିସ୍ ଟ୍ରାନ୍ସପରେନ୍ସି ଏବଂ ଗଣମାଧ୍ୟମର ଭୂମିକା ସମେତ ନାଗରିକ ସଙ୍ଗଠନର ଦୃଷ୍ଟି ଆଦି ଚାରୋଟି ତତ୍ତ୍ବ ଉପରେ ଏହି ସ୍କୋର୍ ପର୍ଯ୍ୟବେସିତ।
ପଡ଼ୋଶୀ ଦେଶ ପାକିସ୍ତାନ, ଚୀନ୍, ନେପାଳ ଏବଂ ବାଂଲାଦେଶ ଠାରୁ ଏ କ୍ଷେତ୍ରରେ ଭାରତର ଉନ୍ନତ ସ୍ଥିତିରେ ରହିଛି। ଏହି ତଥ୍ୟ ଅନୁସାରେ, ସମ୍ପ୍ରତି ଭୁଟାନ୍ ୩୭ ସ୍କୋର୍ କରି ୪୮ତମ ସ୍ଥାନରେ ରହିଛି।
‘ଟ୍ରେସ୍ ବ୍ରାଇବେରି ରିସ୍କ୍ ମ୍ୟାଟ୍ରିକ୍’ ଏକ ବିବୃତିରେ କହିଛି ଯେ, ଅମଲାତନ୍ତ୍ରକୁ ସୁଙ୍ଗଠିତ କରି ଚୀନ୍ ସରକାରୀ ଅଧିକାରୀମାନଙ୍କ ଦ୍ବାରା ଦାବି ହେଉଥିବା ଲାଞ୍ଚ ସୁଯୋଗକୁ ହ୍ରାସ କରିବାରେ ସମର୍ଥ ହୋଇଛି।
ଭାରତ ବ୍ୟତୀତ ପେରୁ, ଜୋର୍ଡାନ୍, ଉତ୍ତର ମାସିଡୋନିଆ, କଲମ୍ବିଆ ଏବଂ ମଣ୍ଟେନେଗ୍ରୋ ମଧ୍ୟ ଏହି ମ୍ୟାଟ୍ରିକ୍ସ୍ରେ ୪୫ ନମ୍ବର ସ୍କୋର କରିଛନ୍ତି।
Follow Us