ପ୍ରଭୂତ୍ବ କ୍ଷତି ସହିବ ବିଶ୍ବ ଅର୍ଥନୀତି, କିନ୍ତୁ ଭାରତର ଅବସ୍ଥା ଭଲ ଅଛି: ରିଜର୍ଭ ବ୍ୟାଙ୍କ୍‌

ପ୍ରଭୂତ୍ବ କ୍ଷତି ସହିବ ବିଶ୍ବ ଅର୍ଥନୀତି, କିନ୍ତୁ ଭାରତର ଅବସ୍ଥା ଭଲ ଅଛି: ରିଜର୍ଭ ବ୍ୟାଙ୍କ୍‌

Image Courtesy of NDTV

ମୁମ୍ବାଇ: ୨୦୨୨ରେ ବୈଶ୍ବିକ ଆର୍ଥିକ ସୁଧାର ପ୍ରଭୂତ କ୍ଷତି ହେବ ବୋଲି ଆଜି ‘ଭାରତୀୟ ରିଜର୍ଭ ବ୍ୟାଙ୍କ୍‌’ ପ୍ରକାଶ କରିଥିବା ବାର୍ଷିକ ରିପୋର୍ଟରେ ଉଲ୍ଲେଖ ଅଛି।

ଏହି ରିପୋର୍ଟରେ ରିଜର୍ଭ ବ୍ୟାଙ୍କ୍‌ କହିଛି, ବଡ଼ ବିପତ୍ତି ସବୁ ଦେଖା ଦେଇଛି। ମହାମାରୀବାହିତ କ୍ଷତିରୁ ସୁଧାର ଲାଭ ନ କରୁଣୁ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଯୋଗୁଁ ବୈଶ୍ବିକ ଯୋଗାଣ ଶୃଙ୍ଖଳରେ ବ୍ୟାଘାତ ସୃଷ୍ଟି ହେବାରୁ କଞ୍ଚାମାଲ୍‌ ଅଭାବ ଦେଖା ଦେଇଛି।

ମହାମାରୀ ପୁଣି ଥରେ ଦ୍ରୁତ ବେଗରେ ବୃଦ୍ଧି ପାଇବାରୁ ଚୀନ୍‌ରେ ମାନ୍ଦା ଅବସ୍ଥା ଦେଖା ଦେଇଛି। ସେହିପରି, ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ପ୍ୟାରିସ୍‌ ରାଜିନାମା ମଧ୍ୟ ବିଶ୍ବ ଅର୍ଥନୀତିକୁ ଚିନ୍ତିତ କରିଛି।

publive-image Image Courtesy of Zee News

କିନ୍ତୁ, ବିଶ୍ବବ୍ୟାପୀ ଆର୍ଥିକ ପରିସ୍ଥିତି ପ୍ରତିକୂଳ ଦିଗରେ ଗତି କରୁଥିବା ବେଳେ ଭାରତୀୟ ଅର୍ଥନୀତିର ସ୍ଥାନ ଅପେକ୍ଷାକୃତ ଭଲ ସ୍ଥାନରେ ରହିଛି। ଫଳରେ ଦେଶରେ ଚାଲିଥିବା ଆର୍ଥିକ ସୁଧାର ଭଲ ଭାବେ ଚାଲିଛି।

ଏହାଛଡ଼ା, ରିଜର୍ଭ ବ୍ୟାଙ୍କ୍‌ ତା’ର ରିପୋର୍ଟରେ ଗଠନମୂଳକ ସଂସ୍କାର ପାଇଁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛି। ଉଜ୍ଜିବୀତ, ସନ୍ତୁଳନ ରକ୍ଷା ଏବଂ ସାମଗ୍ରିକ ଅଭିବୃଦ୍ଧି ନିମନ୍ତେ ତାହା ଅତ୍ୟାବଶ୍ୟକ ବୋଲି ରିଜର୍ଭ ବ୍ୟାଙ୍କ୍‌ କହିଛି। ଶ୍ରମଜୀବୀମାନଙ୍କୁ ପୁନଃକୁଶଳୀ କରି ଉତ୍ପାଦନ ବୃଦ୍ଧି ନିମ‌ନ୍ତେ ନୂଆ ବୈଷୟିକ ବିଦ୍ୟା ଅନୁସାରେ କାମ କରାଇବାକୁ ପଡ଼ିବ। ଫଳରେ ମହାମାରୀ ପରବର୍ତ୍ତୀ ପ୍ରଭାବ ପରିସ୍ଥିତିରେ ସେମାନେ କାର୍ଯ୍ୟକ୍ଷମ ହୋଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe