ହଠାତ୍ ଅଚଳ ହୋଇଗଲା ଜିମେଲ୍: ମେଲ୍ ପଠାଇ ହେଲାନି, ଆଟାଚ୍‌ମେଣ୍ଟ୍‌, ଲଗ୍-ଇନ୍ କରିହେଲାନି

Advertisment

ଦୀର୍ଘ ସମୟ ଅଚଳ ରହିବାପରେ ଧୀରେ ଧୀରେ ସ୍ବାଭାବିକ ‌ହେଉଛି, ଅନେକ ଦେଶ ପ୍ରଭାବିତ, କର୍ପୋରେଟ୍ ଜଗତରେ କାମ ଠପ୍

ଦୀର୍ଘ ସମୟ ଅଚଳ ରହିବାପରେ ଧୀରେ ଧୀରେ ସ୍ବାଭାବିକ ‌ହେଉଛି, ଅନେକ ଦେଶ ପ୍ରଭାବିତ, କର୍ପୋରେଟ୍ ଜଗତରେ କାମ ଠପ୍

ହଠାତ୍ ଅଚଳ ହୋଇଗଲା ଜିମେଲ୍: ମେଲ୍ ପଠାଇ ହେଲାନି, ଆଟାଚ୍‌ମେଣ୍ଟ୍‌, ଲଗ୍-ଇନ୍ କରିହେଲାନି

ନୂଆଦିଲ୍ଲୀ: କରୋନା ମହାମାରୀ ଜୀବନ ଯାତ୍ରାକୁ ଗୁରୁତର ଭାବେ ପ୍ରଭାବିତ କରିଥିବା ବେଳେ କାର୍ଯ୍ୟ ଜାରି ରଖିବା ଲାଗି କର୍ପୋରେଟ୍ ଜଗତ 'ୱାର୍କ ଫ୍ରମ୍ ହୋମ୍' ମଡେଲ୍‌ ଉପରେ ଅତ୍ୟଧିକ ନିର୍ଭରଶୀଳ ରହିଛି। ଇ-ମେଲ୍‌ ଜରିଆରେ ଗୁରୁତ୍ବପୂର୍ଣ୍ଣ ଯୋଗାଯୋଗ ହେଉଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ଆୟୋଜନ କରାଯାଉଛି। ଏଭଳି ଏକ ସମୟରେ ଯୋଗଯୋଗ ଲାଗି ବହୁଳ ଭାବେ ବ୍ୟବହୃତ ହେଉଥିବା ଗୁଗୁଲ୍‌ର ଇ-ମେଲ୍ ସେବା 'ଜିମେଲ୍‌' ହଠାତ ଆଜି ଅଚଳ ହୋଇପଡ଼ିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଏହା ଜରିଆରେ କାମ ହୋଇପାରିନଥିଲା। ଲୋକମାନେ ଲଗ୍‌-ଇନ୍ କରିବା‌, ଫାଇଲ୍‌ କିମ୍ବା ଫଟୋ ଆଟାଚ୍‌ (ଯୋଡ଼ିବା) କରିବା ଓ ମେଲ୍‌କୁ ପଠାଇବାରେ ଅସୁବିଧା ସାମ୍ନା କରିଥିଲେ। ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ସମସ୍ୟା ସର୍ବୋଚ୍ଚ ସ୍ତରରେ ଥିଲା। ଘଣ୍ଟା ଘଣ୍ଟା ଧରି ସମସ୍ୟା ଲାଗି ରହିବାରୁ କର୍ପୋରେଟ୍‌ ଜଗତରେ କାମ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। କର୍ମଚାରୀମାନେ ମେଲ୍‌ ପଠାଇପାରିନଥିଲେ କିମ୍ବା ପାଇନଥିଲେ। ପ୍ରବନ୍ଧକମାନେ କର୍ମଚାରୀମାନଙ୍କ ମାର୍ଗଦର୍ଶନ କରିପାରିନଥିଲେ। ଅନେକ ଘଣ୍ଟା ଏଭଳି ସମସ୍ୟା ରହିବା ପରେ ଜିମେଲ୍‌ ସେବା ଧୀରେ ଧୀରେ ସ୍ବାଭାବିକ ହେଉଛି। ଖୁବ୍‌ଶୀଘ୍ର ସବୁ ଗ୍ରାହକଙ୍କ ପାଇଁ ଏହି ସେବା ସ୍ବାଭାବିକ ହୋଇଯିବ ବୋଲି ଗୁଗୁଲ୍ ପକ୍ଷରୁ କୁହାଯାଇଛି।

ଭାରତ ସମେତ ମାଲେସିଆ, ଜାପାନ, ଆମେରିକା ଓ ଅଷ୍ଟ୍ରେଲିଆରେ ଜି-ମେଲ୍‌କୁ ନେଇ ଅଧିକ ସମସ୍ୟା ଦେଖାଦେଇଥିଲା। କେବଳ ଜି‌-ମେଲ୍‌ ନୁହେଁ ଗୁଗୁଲ୍‌ର ଅନେକ ସେବା ଆଜି ହଠାତ୍‌ ଅଚଳ ହୋଇଯାଇଥିଲା। ଜି-ମେଲ୍‌, ଗୁଗୁଲ୍‌ ଡ୍ରାଇଭ୍, ଗୁଗୁଲ୍ ଡକ୍ସ ଓ ଗୁଗୁଲ୍‌ ସ୍ଲାଇଡ୍‌ ଠିକ୍ ଭାବେ କାମ କରିନଥିଲା। କିଛି ବ୍ୟବହାରକାରୀ ଗୁଗୁଲ୍ ସାଇଟ୍‌, ଗୁଗୁଲ୍‌ ଗ୍ରୁପ୍, ଗୁଗୁଲ୍‌ ଚାଟ୍‌, ଗୁଗୁଲ୍‌ କିପ୍ ଓ ଗୁଗୁଲ୍‌ ଭଏସ୍‌କୁ ବ୍ୟବହାର କରିବା ବେଳେ ସମସ୍ୟା ସାମ୍ନା କରିଥିଲେ। ଏହି ସମସ୍ୟା ପଛର ପ୍ରକୃତ କାରଣ କ'ଣ ତାହା ଗୁଗୁଲ ପ୍ରକାଶ କରିନାହିଁ। ଡାଉନ୍‌ଡିଟେକ୍ଟର ନାମକ ୱେବସାଇଟ୍‌ରେ ଲୋକମାନେ ଜି-ମେଲ୍ ଅଚଳ ଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଟ୍ବିଟରରେ ଜି‌-ମେଲ୍‌ ଆଉଟେଜ୍, ଜିମେଲ୍‌ ଡାଉନ୍ ଆଦି ହାସ୍‌ଟ୍ୟାଗ୍‌ରେ ବିଭିନ୍ନ ମିମ୍‌ସ ପୋଷ୍ଟ କରାଯାଇଥିଲା। ଆଜି ଗୁଗୁଲ୍‌ ପ୍ଲେଷ୍ଟୋର୍‌, ୟୁଟ୍ୟୁବ୍, ଗୁଗୁଲ୍ କ୍ଲାଉଡ୍‌, ଗୁଗୁଲ୍ ମିଟ୍‌ ଓ ଗୁଗୁଲ୍ ଡ୍ରାଇଭ୍‌ ମଧ୍ୟ ଠିକ୍ ଭାବେ କାମ କରିନଥିଲା। ଦୁଇ ମାସ ଭିତରେ ଦ୍ବିତୀୟ ଥର ଲାଗି ଜି-ମେଲ୍‌ରେ ସମସ୍ୟା ଦେଖାଦେଇଛି। ଗତ ଜୁଲାଇରେ ମଧ୍ୟ କିଛି ‌ଲୋକ ନିଜ ଆକାଉଣ୍ଟ୍‌ରେ ଲଗ୍‌ ଇନ୍ କରିପାରିନଥିଲେ। ଅନେକ ସମୟ ପ୍ରୟାସ କରିବା ପରେ ଜି-ମେଲ୍‌ରେ କାମ କରିବା ସମ୍ଭବ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe