ଉଡ଼ାଣ ବାତିଲ ପଛର କାରଣ ଜଣାଇଲା ଗୋଏୟାର

Advertisment
ଉଡ଼ାଣ ବାତିଲ ପଛର କାରଣ ଜଣାଇଲା ଗୋଏୟାର

Image Source: India Today

ମୁମ୍ବାଇ: ନିକଟରେ ଘରୋଇ ବିମାନ କଂପାନି ଗୋଏୟାର ଏହାର ଡଜନରୁ ଅଧିକ ବିମାନର ଉଡ଼ାଣକୁ ହଠାତ୍ ବାତିଲ କରିଦେଇଥିଲା ଯାହାକୁ ନେଇ ଯାତ୍ରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଭଳି ପଦକ୍ଷେପ ନେବା ପଛର ପ୍ରକୃତ କାରଣ ବିଷୟରେ ଗୋଏୟାର କହିଛି ଯେ, ବୋଇଙ୍ଗ୍‌ ଠାରୁ ବିମାନ ମିଳିବାରେ ବିଳମ୍ବ ହେବା ଏବଂ ଠିକ୍ ସମୟରେ ଇଞ୍ଜିନ ଉପଲବ୍ଧ ହେଉନଥିବାରୁ କଂପାନି ଏହାର ବିମାନଗୁଡ଼ିକର ଉଡ଼ାଣ ବାତିଲ କରିବାକୁ ବାଧ୍ୟ ହୋଇଛି। ୧୪୪ଟି ବିମାନ କିଣିବା ଲାଗି ଗୋଏୟାର ପକ୍ଷରୁ ବୋଇଙ୍ଗ୍‌କୁ ବରାଦ ଦିଆଯାଇଥିଲା। ସେହି ବିମାନଗୁଡ଼ିକ ମିଳିବାରେ ବିଳମ୍ବ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe