ମାତ୍ର ୯୯୯ଟଙ୍କାରେ ବିମାନ ଯାତ୍ରା କରିବାକୁ ଚାହୁଁଛନ୍ତି କି, ତୁରନ୍ତ କରି ନିଅନ୍ତୁ ଟିକେଟ ବୁକ୍‌

ମାତ୍ର ୯୯୯ଟଙ୍କାରେ ବିମାନ ଯାତ୍ରା କରିବାକୁ ଚାହୁଁଛନ୍ତି କି, ତୁରନ୍ତ କରି ନିଅନ୍ତୁ ଟିକେଟ ବୁକ୍‌

ନୂଆଦିଲ୍ଲୀ: ବିମାନରେ ଉଡିବାର ଆଶା ସମସ୍ତଙ୍କ ରହିଥାଏ, ଏବେ ବି ପାର୍ବଣ ଋତୁ ଚାଲିଛି। ଯାତ୍ରୀମାନେ ବିଭିନ୍ନ ସ୍ଥାନକୁ ଭ୍ରମଣ କରିବାର ଯୋଜନା ବି ରଖିଛନ୍ତି। ଏହି କ୍ରମରେ ଗୋ ଏୟାର ବିମାନ ଯାତ୍ରୀଙ୍କ ପାଇଁ ଏକ ସୁନ୍ଦର ଅଫର ଆଣିଛି। ଯେଉଁଥିରେ ଯାତ୍ରୀ ମାତ୍ର ୯୯୯ଟଙ୍କାରେ ବିମାନ ଯାତ୍ରା କରିପାରିବେ । ଏହି ସୁବିଧା ଘରୋଇ ଏୟାର ଲାଇନଗୁଡିକରେ ଉବଲବ୍ଧ ହେବ । ଏଥିରେ ଯାତ୍ରା କରିବା ପାଇଁ ସମୟସୀମା ନଭେମ୍ବର ୨୨ ରୁ ଡିମେମ୍ବର ୨୨ ରହିଥିବା ବେଳେ ଆଜି ଟିକଟ ବୁକିଂ କରିବା ଶେଷ ତାରିଖ ରହିଛି ।

ଏହି ଅଫର ମୁମ୍ବାଇ, ହାଇଦ୍ରାବାଦ, ଶ୍ରୀନଗର, ନାଗପୁର, ଦିଲ୍ଲୀ ଆଦି ସ୍ଥାନକୁ ଯାତ୍ରା କରିବ । ବାଗଦୋଗ୍ରାରୁ ଓ ବାଗଦୋଗ୍ରା ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ସର୍ବନିମ୍ନ ଫେୟାର ରହିଛି ୯୯୯ଟଙ୍କା । ଏହି ସ୍କିମରେ ଅନ୍ୟାନ୍ୟ ସ୍ଥାନଗୁଡିକୁ ଯିବା ପାଇଁ ଦର ଗୁଡିକ ହେଉଛି ଚେନ୍ନାଇ(୧,୧୯୯), ଗୌହାଟୀ (୧,୨୯୯), କୋଲକାତା(୧,୩୯୯), ପାଟଣା(୧,୩୯୯), ଲକ୍ଷ୍ନୌ( ୧,୩୯୯) । ସେହିପରି ଜାମ୍ମୁ ପାଇଁ (୧,୪୯୯), ଅହମ୍ମଦାବାଦ, ରାଞ୍ଚି, ଓ ବେଙ୍ଗାଲୁରୁକୁ ଯାତ୍ରା କରିବା ପାଇଁ( ୧,୫୯୯) ରହିଛଇ। ପୁନେ ଓ ଭୁବନେଶ୍ୱର ପାଇଁ ରହିଛି ୧,୫୯୯ ରହିଛି। ତେବେ ଯଦି ଗୋ ଷ୍ଟାରର ମେମ୍ବର ହୁଅନ୍ତି ତେବେ ତାଙ୍କ ଆଗାମୀ ଉଡାଣରେ ନିର୍ଦ୍ଧାରିତ ମୂଲ୍ୟରୁ କିଛି ପ୍ରତିଶତ ଛାଡ ବି ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe