ସୁନା ୯୦ ହଜାର: ରୁପା କେଜି ୧,୧୩,୦୦୦ ଟଙ୍କା

Advertisment

କିଛି ଦିନ ପୂର୍ବରୁ ସୁନା ଦରକୁ ନେଇ ଯେଉଁ ଆକଳନ କରାଯାଉଥିଲା ତାହା ଆଜି ସତ ହୋଇଛି। ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନା ଦାମ୍ ୪୪୦ ଟଙ୍କା ବୃଦ୍ଧି ପାଇ ୯୦ ହଜାର ‌ଟଙ୍କା ହୋଇଛି। ପୂର୍ବରୁ ସୁନାକୁ ଏଭଳି ସ୍ତରରେ ଆଗରୁ କେବେ ଦେଖିବାକୁ ମିଳିନଥିଲା।

କିଛି ଦିନ ପୂର୍ବରୁ ସୁନା ଦରକୁ ନେଇ ଯେଉଁ ଆକଳନ କରାଯାଉଥିଲା ତାହା ଆଜି ସତ ହୋଇଛି। ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନା ଦାମ୍ ୪୪୦ ଟଙ୍କା ବୃଦ୍ଧି ପାଇ ୯୦ ହଜାର ‌ଟଙ୍କା ହୋଇଛି। ପୂର୍ବରୁ ସୁନାକୁ ଏଭଳି ସ୍ତରରେ ଆଗରୁ କେବେ ଦେଖିବାକୁ ମିଳିନଥିଲା।

gold

ଭୁବନେଶ୍ବର: କିଛି ଦିନ ପୂର୍ବରୁ ସୁନା ଦରକୁ ନେଇ ଯେଉଁ ଆକଳନ କରାଯାଉଥିଲା ତାହା ଆଜି ସତ ହୋଇଛି। ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନା ଦାମ୍ ୪୪୦ ଟଙ୍କା ବୃଦ୍ଧି ପାଇ ୯୦ ହଜାର ‌ଟଙ୍କା ହୋଇଛି। ପୂର୍ବରୁ ସୁନାକୁ ଏଭଳି ସ୍ତରରେ ଆଗରୁ କେବେ ଦେଖିବାକୁ ମିଳିନଥିଲା। ୨୨ କ୍ୟାରେଟ୍ ସୁନା ଦାମ୍ ୪୦୦ ଟଙ୍କା ବୃଦ୍ଧି ପାଇ ୮୨,୫୦୦ ଟଙ୍କା ହୋଇଛି। ରାଜ୍ୟରେ ଚଳିତ ମାସ ୧୨ ତାରିଖରୁ ସୁନା ଦର ଲାଗାତାର ଭାବେ ବୃଦ୍ଧି ପାଉଛି। ସେହିଦିନ ୨୨ କ୍ୟାରେଟ୍ ସୁନା ଦାମ୍‌ ୮୦,୬୫୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ଦର ୮୭,୯୮୦ ଟଙ୍କା ଥିଲା। କେବଳ ମାର୍ଚ୍ଚ ମାସରେ ୨୨ କ୍ୟାରେଟ୍ ସୁନା ୩୧୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ଦାମ୍ ୩,୩୮୦ ଟଙ୍କା ବୃଦ୍ଧି ପାଇଛି। କେବଳ ସୁନା ନୁହେଁ, ରୁପା ଦରରେ ମଧ୍ୟ ସେଭଳି ନିଆଁ ଲାଗିଛି। ଭୁବନେଶ୍ବରରେ ଏକ କିଲୋ ସୁନାର ଦାମ୍ ୧୧୦୦ ଟଙ୍କା ବୃଦ୍ଧି ପାଇ ୧,୧୩,୦୦୦ ଟଙ୍କା ହୋଇଛି। ଭୁବନେଶ୍ବରରେ ରୁପା ଦାମ୍ ଜାତୀୟ ବଜାରଠାରୁ ଅଧିକ ରହୁଛି। ଜାତୀୟ ବଜାରରେ ଏକ କିଲୋ ରୁପା ଦାମ୍ ୧,୦୪,୦୦୦ ଟଙ୍କା ରହିଛି। ସୁନା ଓ ରୁପା ମୂଲ୍ୟରେ ଏଭଳି ଏକ ସମୟରେ ବୃଦ୍ଧି ପାଇଛି, ଯେତେବେଳେ ରାଜ୍ୟରେ ବାହାଘର ଋତୁ ଚାଲିଛି। ତେଣୁ ଗହଣା କିଣିବାକୁ ଚାହୁଥିବା ଲୋକମାନଙ୍କ ପାଇଁ ଏହା ନିଶ୍ଚିତ ରୂପେ ଏକ କଷ୍ଟକର ସମୟ। କିନ୍ତୁ ଯେଉଁମାନେ ନିବେଶ ଉଦ୍ଦେଶ୍ୟରେ ପୂର୍ବରୁ ସୁନା କିଣିଥିଲେ ସେମାନେ ଭଲ ରିଟର୍ଣ୍ଣ ପାଇପାରିବେ। 

ସୁନା ଦରବୃଦ୍ଧି ସମ୍ପର୍କରେ ଲାଲ୍‌ଚନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ, ଦୁର୍ବଳ ଡଲାର, ଯୁଦ୍ଧ ଓ ଭୂରାଜନୈତିକ ସଙ୍କଟ ପ୍ରଭାବରେ ସୁନା ମହଙ୍ଗା ହେଉଛି। ବିନା ବିରାମରେ ଏତେ ଲମ୍ବା ସମୟ ଧରି ସୁନା ଦାମ୍ ବଢ଼ିବା ଗତ ୩୦ ବର୍ଷ ଭିତରେ କେତେ ଦେଖିବାକୁ ମିଳିନଥିଲା ବୋଲି ସେ କହିଛନ୍ତି। ପ୍ରତି ଥର ଦାମ୍ ବଢ଼ିବା ପରେ ପୁଣି ହ୍ରାସ ପାଏ। ଏଥର ସେହି ହ୍ରାସକୁ ସମସ୍ତେ ଅପେକ୍ଷା କରିଛନ୍ତି। ସୁନା ୯୦ହଜାର ଛୁଇଁବା ପରେ ବି ସେହି ଆଖିଦୃଶିଆ ହ୍ରାସ ଘଟୁନ‌ାହିଁ। ଅକ୍ଷୟ ତୃତୀୟା ବେଳକୁ ଯଦି ଏଭଳି ଉଚ୍ଚ ସ୍ତରରେ ଦର ରହିବ ତେବେ ବିକ୍ରି ଗୁରୁତର ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ସୁନା ଦାମ୍ ଲକ୍ଷେ ଟଙ୍କା ଟପିଲେ ବି ଦିନେ ନା ଦିନେ ସେଥିରେ ହ୍ରାସ ଘଟିବା ନିଶ୍ଚିତ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଯେଉଁମାନେ ନିବେଶ ଉଦ୍ଦେଶ୍ୟରେ ସୁନା କଏନ୍ ଓ ବାର୍ କିଣିବାକୁ ଚାହୁଛନ୍ତି, ସେମାନେ ଦାମ୍ କମ୍ ଥିବା ବେଳେ ଅଳ୍ପ ଅଳ୍ପ ସୁନା କିଣିବାକୁ ସେ ପରାମର୍ଶ ଦେଇଛନ୍ତି। ବିବାହ ପାଇଁ ସୁନା କିଣୁଥିବା ଲୋକଙ୍କ ପାଇଁ ଏବେ ବିଶେଷ କିଛି ବିକଳ୍ପ ନାହିଁ। କିନ୍ତୁ ସେମାନେ ଚାହିଲେ ସୁନା ଦର ବ୍ଲକ୍ ସ୍କିମ୍‌ର ଲାଭ ଉଠାଇପାରିବେ ବୋଲି ଶ୍ରୀ ହଂସ କହିଛନ୍ତି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ପ୍ରଥମ ଥର ପାଇଁ ୩,୦୦୦ ଡଲାରରୁ ଅଧିକ ରହିଛି। କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ, ସାରା ବିଶ୍ବରେ ଏବେ ସୁନା ମହଙ୍ଗା ହେବାରେ ଲାଗିଛି। ସପ୍ତାହକ ଭିତରେ ସୁନା ୩ ପ୍ରତିଶତ ମହଙ୍ଗା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe