ସୁନା ୮୨ ହଜାର ଉପ‌ରେ: ୨୨ କ୍ୟାରେଟ୍‌ ଦାମ୍ ୭୫ ହଜାର ଟପିଲା

Advertisment

ସୁନା ଦରରେ ପୁଣି ଥରେ ଦ୍ରୁତ ବୃଦ୍ଧି ଧାରା ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦାମ୍ ୮୨ ହଜାର ଟଙ୍କା ସ୍ତର ଅତିକ୍ରମ କରିଛି। ତେବେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୫,୨୫୦ ଟଙ୍କା ହୋଇଛି।

ସୁନା ଦରରେ ପୁଣି ଥରେ ଦ୍ରୁତ ବୃଦ୍ଧି ଧାରା ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦାମ୍ ୮୨ ହଜାର ଟଙ୍କା ସ୍ତର ଅତିକ୍ରମ କରିଛି। ତେବେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୫,୨୫୦ ଟଙ୍କା ହୋଇଛି।

adaa

Photograph: (ddzcc)

ଭୁବନେଶ୍ବର: ସୁନା ଦରରେ ପୁଣି ଥରେ ଦ୍ରୁତ ବୃଦ୍ଧି ଧାରା ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦାମ୍ ୮୨ ହଜାର ଟଙ୍କା ସ୍ତର ଅତିକ୍ରମ କରିଛି। ତେବେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୫,୨୫୦ ଟଙ୍କା ହୋଇଛି। ତେବେ ରୁପାର କିଲୋପିଛା ଦାମ୍ ୧,୦୪,୦୦୦ ଟଙ୍କା ରହିଛି। କେବଳ ଓଡ଼ିଶା ନୁହେଁ ଜାତୀୟ ସ୍ତରରେ ମଧ୍ୟ ସୁନା ମହଙ୍ଗା ହୋଇଛି। ପ୍ରଥମ ଥର ପାଇଁ ଦେଶରେ ସୁନା ଦାମ୍ ୮୦ ହଜାର ଟଙ୍କାରୁ ଅଧିକ ହୋଇଛି। ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ନେବା ପରେ ଆଗକୁ ଅର୍ଥନୀତିରେ ଅସ୍ଥିରତା ଦେଖାଦେବା ଆଶଙ୍କା ରହିଛି। ସେଥିପାଇଁ ନିବେଶକମାନେ କ୍ଷତିରୁ ବର୍ତ୍ତିବା ଲାଗି ନିଜ ପାଣ୍ଠିକୁ ସୁନାରେ ନିବେଶ କରିବା ଆରମ୍ଭ କରିଛନ୍ତି। କାରଣ ଅନିଶ୍ଚିତତା ସମୟରେ ସୁନା ହିଁ କ୍ଷତିରୁ ସୁରକ୍ଷା ଦେଇଥାଏ। ସେହି କାରଣ ପାଇଁ ଗତ କିଛି ଦିନ ହେଲା ସୁନା ଦାମ୍‌ ବଢ଼ିଚାଲିଛି। ଅନ୍ୟ ପକ୍ଷ‌ରେ ଡଲାର ଦୁର୍ବଳ ହେବା ମଧ୍ୟ ସୁନା ଦରବୃଦ୍ଧିର ଅନ୍ୟତମ କାରଣ କୁହାଯାଉଛି।

ଯେଉଁମାନେ ଡଲାରରେ ନିବେଶ କରି ଅଧିକ ରିଟର୍ଣ୍ଣ ପାଉଥିଲେ, ସେମାନେ ଏବେ ସୁନା ଆଡ଼କୁ ମୁହାଁଇଛନ୍ତି। ୨୦୨୪ ଜାନୁଆରି ୨୨ରେ ସୁନାର ୧୦ ଗ୍ରାମ ପିଛା ଦାମ୍ ମୁମ୍ବାଇରେ ୬୨,୨୦୦ ଟଙ୍କା ଥିଲା। ‌ବର୍ଷକ ପରେ ସେହି ଦର ୮୦,୧୯୪ ଟଙ୍କାକୁ ବୃଦ୍ଧି ପାଇଛି। ୨୪ କ୍ୟ‌ାରେଟ୍ ସୁନାରେ ହୋଇଥିବା ବୃଦ୍ଧି ବାର୍ ଓ କଏନ୍ କିଣୁଥିବା ଗ୍ରାହକଙ୍କୁ ପ୍ରଭାବିତ କରିବ। କିନ୍ତୁ ୨୨ କ୍ୟାରେଟ୍‌ ସୁନା ଦରରେ ବୃଦ୍ଧି ସାଧାରଣ ଗ୍ରାହକଙ୍କୁ ପ୍ରଭାବିତ କରିବାକୁ ଯାଉଛି। ବିବାହ ଋତୁ ସମୟରେ ସୁନା ଦରରେ ଏଭଳି ବୃଦ୍ଧି ଅନେକ ଲୋକଙ୍କୁ ଚିନ୍ତାରେ ପକାଇଛି। ‘ଅଗ୍‌ମଣ୍ଟ ଗୋଲ୍ଡ’ର ଗବେଷଣା ମୁଖ୍ୟ ରାନିସା ଚୈନାନି କହିଛନ୍ତି ଯେ ଟ୍ରମ୍ପ୍‌ଙ୍କ ନୀତି ପାଇଁ ସୁନା ଦର ବଢ଼ୁଛି। ଡଲାର ମୂଲ୍ୟ ଓ ଭୂରାଜନୈତିକ ସ୍ଥିତିରେ ଉନ୍ନତି ଉପରେ ସୁନା ଦରରେ ସୁଧାର ନିର୍ଭର କରୁଛି। ଟାରିଫ୍ ଯଦି କମିବ କିମ୍ବା ସ୍ଥଗିତ ରହିବ ତେବେ ୨୦୨୫ ମଧ୍ୟଭାଗ ବେଳକୁ ସୁନା ଦରରେ ସ୍ଥିରତା ଫେରିବା ବୋଲି ଆଶା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe