Image Courtesy of Jhalak
ନୂଆଦିଲ୍ଲୀ: ସୁନା ଦରରେ ବୃଦ୍ଧିର ଧାରା ଜାରି ରହିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍ରେ ସୁନାର ୧୦ ଗ୍ରାମ ଦାମ୍ ୫୩ ହଜାର ଟଙ୍କାରୁ ଅଧିକ ହୋଇଛି। ସେହିପରି, ରୁପା କେଜି ଦାମ୍ ମଧ୍ୟ ୬୫ ହଜାର ଟଙ୍କା ଟପିଯାଇଛି। ଗତକାଲି ତୁଳନାରେ ସୁନା ଦାମ୍ ୨୬୭ ଟଙ୍କା ବୃଦ୍ଧି ପାଇ ୫୩,୮୬୫ ଟଙ୍କାରେ ପହଞ୍ଚିଥିବା ବେଳେ ରୁପାର କେଜି ପିଛା ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି ପାଇ ୬୮,୮୬୫ ଟଙ୍କା ହୋଇଛି। ଗହଣା ଦୋକାନରେ ବିକ୍ରି ହେଉଥିବା ସୁନାର ଦାମ୍ ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍ ଦାମ୍ ଠାରୁ କମ୍ ରହିଛି।
Follow Us