ସପ୍ତାହକରେ ସୁନା ୪ ହଜାର ମହଙ୍ଗା

Advertisment

ସୁନା ଦର ପୁଣି ହୁ ‌ହୁ ବଢ଼ିଚାଲିଛି। ଚଳିତ ସପ୍ତାହରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୪ ହଜାର ଟଙ୍କା (୩୯୯୦ ଟଙ୍କା) ବଢ଼ିଯାଇଛି। ଏଥିଯୋଗୁ ୧୦ ଗ୍ରାମ୍‌ ସୁନା ଦର ଭୁବନେଶ୍ବର ବଜାରରେ ୭୯୬୪୦ ଟଙ୍କାରେ ପହଞ୍ଚିଛି।

ସୁନା ଦର ପୁଣି ହୁ ‌ହୁ ବଢ଼ିଚାଲିଛି। ଚଳିତ ସପ୍ତାହରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୪ ହଜାର ଟଙ୍କା (୩୯୯୦ ଟଙ୍କା) ବଢ଼ିଯାଇଛି। ଏଥିଯୋଗୁ ୧୦ ଗ୍ରାମ୍‌ ସୁନା ଦର ଭୁବନେଶ୍ବର ବଜାରରେ ୭୯୬୪୦ ଟଙ୍କାରେ ପହଞ୍ଚିଛି।

fshfhfshfh

ଭୁବନେଶ୍ବର: ସୁନା ଦର ପୁଣି ହୁ ‌ହୁ ବଢ଼ିଚାଲିଛି। ଚଳିତ ସପ୍ତାହରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୪ ହଜାର ଟଙ୍କା (୩୯୯୦ ଟଙ୍କା) ବଢ଼ିଯାଇଛି। ଏଥିଯୋଗୁ ୧୦ ଗ୍ରାମ୍‌ ସୁନା ଦର ଭୁବନେଶ୍ବର ବଜାରରେ ୭୯୬୪୦ ଟଙ୍କାରେ ପହଞ୍ଚିଛି। ଶୁକ୍ରବାର ତୁଳନାରେ ଶନିବାର ସୁନା ୮୨୦ ଟଙ୍କା ମହଙ୍ଗା ହୋଇଛି। ସେହିଭଳି ୨୨ ‌କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୭୫୦ ଟଙ୍କା ବୃଦ୍ଧି ଘଟି ୭୩୦୦୦ ଟଙ୍କାରେ ପହଞ୍ଚିଛି। ଶୁକ୍ରବାର ତୁଳନାରେ ଶନିବାର ଏହି ଧାତୁ ମୂଲ୍ୟରେ ୭୫୦ ଟଙ୍କା ବୃଦ୍ଧି ଘଟିଛି। ଲଗାତାର ୬ ଦିନ ହେଲା ସୁନା ଦରରେ ବଡ଼ଧରଣର ବୃଦ୍ଧି ଘଟିଛି। ଏହି ହାରରେ ଯଦି ସୁନା ଦର ବୃଦ୍ଧି ଘଟେ ତାହେଲେ ନିକଟ ଭବିଷ୍ୟତରେ ଏହା ନୂଆ ରେକର୍ଡ କରିବା ଆଶଙ୍କା ରହିଛି। 

ନଭେମ୍ବର ମାସର ଦର ଉପରେ ନଜର ପକାଇଲେ ଜାଣିବାକୁ ମିଳିଛି ଯେ ଚଳିତମାସ ୧ ତାରିଖରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୮୦୫୬୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ୭୩୮୫୦ ଟଙ୍କା ରହିଥିଲା। ଏହା ଚଳିତମାସର ସର୍ବାଧିକ ଦର। କିନ୍ତୁ ୧୪ ତାରିଖରେ ସୁନା ଦର ନଭେମ୍ବରର ସର୍ବନିମ୍ନ ସ୍ତରକୁ ଖସିଥିଲା। ୨୪ କ୍ୟାରେଟ ସୁନା ଦର ୭୫୬୫୦ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ ସୁନା ଦର ୬୯୩୫୦ ଟଙ୍କା ରହିଥିଲା। ଅନ୍ୟପକ୍ଷରେ ଦେଶରେ ରୁପା ଦର ଗତ କିଛିଦିନ ହେଲା ସ୍ଥିର ରହିଛି। ଆଜି ଭୁବନେଶ୍ବର ବଜାରରେ କିଲୋଗ୍ରାମ ପିଛା ରୁପା ଦାମ୍‌ ୧ ଲକ୍ଷ ୧ ହଜାର ଟଙ୍କା ଥିବା ଜଣାଯାଇଛି। ନଭେମ୍ବର ୧୪ ତାରିଖରେ ରୁପା ଦରରେ ୨୦୦୦ ଟଙ୍କା ହ୍ରାସ ଘଟିଥିବାବେଳେ ନଭେମ୍ବର ୧୯ ତାରିଖରେ ୨୦୦୦ ଟଙ୍କାର ବୃଦ୍ଧି ଦେଖାଦେଇଥିଲା। ଉଲ୍ଲେଖଯୋଗ୍ୟ, ଚଳିତମାସ ୧ ତାରିଖରେ ରୁପା ଦର କିଲୋଗ୍ରାମ ପିଛା ୧ ଲକ୍ଷ ୬ ହଜାର ଟଙ୍କା ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe