ମହିଳା ଦିବସରେ ମହଙ୍ଗା ହେଲା ସୁନା

Advertisment

ଆଜି ଥିଲା ଅନ୍ତର୍ଜାତୀୟ ମହିଳା ଦିବସ। ପୁରୁଷମାନଙ୍କ ତୁଳନାରେ ମହିଳାମାନେ ସାଧାରଣତଃ ଅଧିକ ଗହଣାପ୍ରିୟ ରହିଥାନ୍ତି। କିନ୍ତୁ ଆଜି ଭଳି ଦିନରେ ସୁନା ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି।

ଆଜି ଥିଲା ଅନ୍ତର୍ଜାତୀୟ ମହିଳା ଦିବସ। ପୁରୁଷମାନଙ୍କ ତୁଳନାରେ ମହିଳାମାନେ ସାଧାରଣତଃ ଅଧିକ ଗହଣାପ୍ରିୟ ରହିଥାନ୍ତି। କିନ୍ତୁ ଆଜି ଭଳି ଦିନରେ ସୁନା ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି।

Gold

ଭୁବନେଶ୍ବର: ଆଜି ଥିଲା ଅନ୍ତର୍ଜାତୀୟ ମହିଳା ଦିବସ। ପୁରୁଷମାନଙ୍କ ତୁଳନାରେ ମହିଳାମାନେ ସାଧାରଣତଃ ଅଧିକ ଗହଣାପ୍ରିୟ ରହିଥାନ୍ତି। କିନ୍ତୁ ଆଜି ଭଳି ଦିନରେ ସୁନା ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୫୫୦ ଟଙ୍କା ବୃଦ୍ଧି ପାଇ ୮୭,୭୧୦ ଟଙ୍କାରେ ପହଞ୍ଚିଛି। ‌ସେହିଭଳି ୨୨ କ୍ୟାରେଟ୍‌ ସୁନା ଦରରେ ୫୦୦ ଟଙ୍କା ବୃଦ୍ଧି ଘଟି ଏହା ୮୦,୪୦୦ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବ ଦୁଇ ଦିନ କିନ୍ତୁ ସୁନା ଦର କମିଥିଲା। ତେବେ ଚଳିତ ସପ୍ତାହ ଉପରେ ନଜର ପକାଇଲେ ଜଣାଯାଏ ଯେ ସୁନା ଦର ଏହି ସପ୍ତାହରେ ୩ ଦିନ ବଢ଼ିଛି, ୨ ଦିନ କମିଛି ଏବଂ ୨ ଦିନ ଅପରିବର୍ତ୍ତିତ ରହିଛି। ମଙ୍ଗଳବାର ଦିନ ୨୪ କ୍ୟାରେଟ୍‌ ସୁନା ଦର ୭୬୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦର ୭୦୦ ଟଙ୍କା ବଢ଼ିଥିଲା। 

ସେହିଭଳି ବୁଧବାର ଦିନ ଏହି ଦର ଯଥାକ୍ରମେ ୬୦୦ ଟଙ୍କା ଏବଂ ୫୫୦ ଟଙ୍କା ବୃଦ୍ଧି ପାଇଥିଲା। ତେଣୁ ଚଳିତ ସପ୍ତାହରେ ୨୪ କ୍ୟାରେଟ୍‌ ସୁନା ଦର ୧୯୧୦ ଟଙ୍କା ବଢ଼ିଛି। କିନ୍ତୁ ଗୁରୁବାର ଓ ଶୁକ୍ରବାର ଏଥିରେ ୮୨୦ ଟଙ୍କାର ହ୍ରାସ ଘଟିଥିଲା। ଉଭୟ ହ୍ରାସ ଓ ବୃଦ୍ଧିକୁ ବିଚାରକୁ ନେଲେ ଚଳିତ ସପ୍ତାହରେ ସୁନାଦର ୧୦୯୦ ଟଙ୍କା ମହଙ୍ଗା ହୋଇଛି। ସେହିଭଳି ୨୨ କ୍ୟାରେଟ୍ ସୁନା ଦର  ୩ ଦିନରେ ୧୭୫୦ ଟଙ୍କା ବଢ଼ିଥିବାବେଳେ ୨ ଦିନରେ ୭୫୦ ଟଙ୍କା କମିଥିଲା। ତେଣୁ ଚଳିତ ସପ୍ତାହରେ ୨୨ କ୍ୟାରେଟ୍‌ ସୁନା ଦର ୧୦୦୦ ଟଙ୍କା ମହଙ୍ଗା ହୋଇଛି। ଅନ୍ୟପକ୍ଷରେ ରୁପା ଦର ଆଜି ଅପରିବର୍ତ୍ତିତ ରହିଛି। କିଲୋଗ୍ରାମ ପିଛା ରୁପା ଦର ଭୁବନେଶ୍ବର ବଜାରରେ ଆଜି ୧ ଲକ୍ଷ ୮ ହଜାର ୧୦୦ ଟଙ୍କା ରହିଥିବା ଜଣାଯାଇଛି।

ଦେଶରେ ଚଳିତବର୍ଷ ଜାନୁଆରି ପହିଲାରୁ ବର୍ତ୍ତମାନ ମଧ୍ୟରେ ସୁନା ଦର‌ରେ ବଡ଼ଧରଣର ବୃଦ୍ଧି ‌ଘଟିଛି। ଭୁବନେଶ୍ବର‌ ବଜାରରେ ୨୪ କ୍ୟାରେଟ୍‌ ସୁନା ଦରରେ ୯୭୧୦ ଟଙ୍କା ବୃଦ୍ଧି ଘଟିଥିବାବେଳେ ୨୨ କ୍ୟାରେଟ୍‌ ସୁନା ଦରରେ ୮୯୦୦ ଟଙ୍କା ବୃଦ୍ଧି  ଘଟିଛି। ଚଳିତବର୍ଷ ଜାନୁଆରି ପହିଲାରେ ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନା ଦର ୭୮ ହଜାର ଟଙ୍କା ରହିଥିଲା। ସେହିଭଳି ୨୨ କ୍ୟାରେଟ୍‌ ସୁନା ଦର ୭୧,୫୦୦ ଟଙ୍କା ରହିଥିଲା।  ଯେଉଁଭଳି ହାରରେ ସୁନା ଦର ବୃଦ୍ଧି ପାଉଛି ଚଳିତବର୍ଷ ତାହା ୯୦ ହଜାର ଟଙ୍କା ଛୁଇଁପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଅନ୍ତର୍ଜାତୀୟ ବଜାରରେ ଭୂରାଜନୈତିକ ପରିସ୍ଥିତି ସହିତ ଆମେରିକା ସହିତ ବିଭିନ୍ନ ଦେଶର ବାଣିଜ୍ୟ ଯୁଦ୍ଧ ଏବଂ ଅନ୍ୟାନ୍ୟ କାରଣରୁ ସୁନା ଦର ବଢ଼ୁଛି। ସୁନା ଦର ଅନ୍ତର୍ଜାତୀୟ ମୂଲ୍ୟ ଆଧାରରେ ଧାର୍ଯ୍ୟ କରାଯାଉଛି। କିନ୍ତୁ ରବିବାର ସାଧାରଣତଃ ଏଥିରେ ହ୍ରାସବୃଦ୍ଧି ହୋଇ ନଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe