ସୁନା କମୁଛି, ରୂପା ବଢୁଛି

Advertisment
ଆସୁଛି ପୂଜା: ଉତ୍ସବ ଋତୁରେ ଗହଣା କିଣିବାକୁ ଗ୍ରାହକ ‌ଷ୍ଟୋର୍‌କୁ ଆସିବେ

The Economic Times

ନୂଆଦିଲ୍ଲୀ: ଆଜି ଘରୋଇ ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇ ରୂପା ମୂଲ୍ୟ ବୃଦ୍ଧି ପାଇଛି। ଆଜି ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୬,୫୧୮ ଟଙ୍କାରେ ପହଂଚିଛି | ରୂପା ବିଷୟରେ କହିବାକୁ ଗଲେ, ରୂପାର ମୂଲ୍ୟ ବୃଦ୍ଧି ପାଇ କିଲୋଗ୍ରାମ ପିଛା ୬୮୩୮୧ ଟଙ୍କାରେ ପହଞ୍ଚିଛି | ଗତ ବର୍ଷ ତୁଳନାରେ ସୁନା ମୂଲ୍ୟ ପ୍ରାୟ ୯,୦୦୦ ଟଙ୍କା ହ୍ରାସ ପାଇଛି | କାରଣ ଗତବର୍ଷ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୬,୨୦୦ ଟଙ୍କା ଥିଲା । ବିଶ୍ୱ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୧,୭୬୩.୬୩ ଡଲାରକୁ ହ୍ରାସ ପାଇଛି |

ଚାରି ବର୍ଷ ମଧ୍ୟରେ ଏହି ମାସରେ ସୁନା ସବୁଠାରୁ ବଡ ମାସିକ ହ୍ରାସ ହୋଇଛି | ଏହି ମାସରେ ସୁନା ୭.୫ ପ୍ରତିଶତ ଶସ୍ତା ହୋଇଛି। ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ମଧ୍ୟରେ ରୂପା ୦.୩ ପ୍ରତିଶତ ବୃଦ୍ଧି ପାଇ ୨୫.୮୨ ଡଲାର ପ୍ରତି ଆଉନ୍ସ ପିଛା ପହଂଚିଥିବାବେଳେ ପ୍ଲାଟିନମ୍ ୦.୩ ପ୍ରତିଶତ ବୃଦ୍ଧି ହୋଇ ୧,୦୭୦.୩୮ ଡଲାରରେ ପହଞ୍ଚିଛି।

ଗୁଡ଼ସ ରିଟର୍ନ ୱେବସାଇଟ୍ ଅନୁଯାୟୀ, ୩୦ ଜୁନ୍ ୨୦୨୧ ସୁଦ୍ଧା ୨୪ କ୍ୟାରେଟ୍ ସୁନା ମୂଲ୍ୟ ଦେଶର ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ପିଛା ୫୦୦୮୦ ଟଙ୍କା ରହିଛି । ଏହା ବ୍ୟତୀତ ଚେନ୍ନାଇରେ ୧୦ ଗ୍ରାମ ପିଛା ୪୮୧୦୦ ଟଙ୍କା, କୋଲକାତାରେ ୧୦ ଗ୍ରାମ ପିଛା ୪୯୧୨୦ ଟଙ୍କା, ମୁମ୍ବାଇରେ ୧୦ ଗ୍ରାମ ପିଛା ୪୬୯୦୦ ଟଙ୍କା, ହାଇଦ୍ରାବାଦରେ ୧୦ ଗ୍ରାମ ପିଛା ୪୭୭୩୦ ଟଙ୍କା, ଜୟପୁରରେ ୧୦ ଗ୍ରାମ ପିଛା ୫୦୦୮୦ ଟଙ୍କା ରହିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe