ହ୍ରାସ ପାଇଲା ସୁନା ଓ ରୁପା ଦର !

Advertisment
ହ୍ରାସ ପାଇଲା ସୁନା ଓ ରୁପା ଦର !

ନୂଆଦିଲ୍ଲୀ: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । ଗୁରୁବାର ସୁନା ଓ ରୁପା ଦର ହ୍ରାସ ପାଇଛି। ୧୦ ଗ୍ରାମ ଦର ସୁନା ଶସ୍ତା ହୋଇ ୫୦,୫୯୭ ଟଙ୍କାରେ ପହଞ୍ଚିଛି। ସେହିପରି  କିଲୋଗ୍ରାମ ପିଛା ରୁପା ଦର ମଧ୍ୟ ହ୍ରାସ ପାଇଛି ଏବଂ ବର୍ତ୍ତମାନ ଏହା ୫୮,୧୧୧ ଟଙ୍କାରେ ବିକ୍ରି ହେଉଛି । ତେବେ ଏହାର ସୂଚନା ଏଚଡିଏଫସି ସିକ୍ୟୁରିଟିଜ୍ ଦେଇଛି।

ବଜାରରେ ସୁନା ଦର ଗୁରୁବାର ଦିନ ୪୦୨ଟଙ୍କା ହ୍ରାସ ପାଇଛି। ଫଳରେ୧୦ ଗ୍ରାମ ସୁନା ମୂଲ୍ୟ ୫୦, ୫୯୭ଟଙ୍କା ରହିଛି। ସେହିପରି ରୁପା ମୂଲ୍ୟ ୧,୨୪୪ ଟଙ୍କା ହ୍ରାସ ପାଇ ୫୮,୧୧୧ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି।

publive-image

ଯଦି ଆପଣ ଘରେ ବସି ସୁନା ଦର ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସହଜ ଉପାୟ ରହିଛି। ଏହି ଉପାୟ ଟି ହେଉଛି, ଘରେ ବସି  ଆପଣଙ୍କୁ କେବଳ ଏହି ନମ୍ବର ୮୯୫୫୬୬୪୪୩୩ ରେ ଏକ ମିସ୍ କଲ୍ ଦେବାକୁ ପଡିବ। ଏହାପରେ ଆପଣଙ୍କ ଫୋନରେ ଏକ ମେସେଜ୍ ଆସିଯିବ, ଯେଉଁଥିରେ ଆପଣ ଲେଟେଷ୍ଟ ଦର ବିଷୟରେ ଜାଣି ପାରିବେ।

ଏଥିସହିତ ଘରେ ବସି ବିଆଇଏସ୍ କେୟାର ଆପ୍ ମାଧ୍ୟମରେ ଆପଣ ସୁନାର ଶୁଦ୍ଧତା ମଧ୍ୟ ଯାଞ୍ଚ କରିପାରିବେ | ଯଦି ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିବ ତେ‌ବେ ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରି ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe