ଜୁନ୍ ୧୫ରୁ ସୁନା ହଲ୍‌ମାର୍କିଂ ବାଧ୍ୟତାମୂଳକ

ଅନ୍‌ଲାଇନ୍‌ରେ ୧୦୦ ଟଙ୍କାରେ ସୁନା ବିକ୍ରି: ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ଅଧିକ

Depositphotos

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧୫ରୁ ସୁନାର ହଲ୍‌ମାର୍କିଂ ବାଧ୍ୟତାମୂଳକ ହେବ। ଏହି ନିୟମ ଜୁନ୍ ୧ରୁ ଲାଗୁ ହେବାର ଥିଲା। ମାତ୍ର କରୋନା ମହାମାରୀର ପ୍ରଭାବ ଲାଗି ରହିଥିବାରୁ ସମୟ ସୀମା ବଢ଼ାଇବା ଲାଗି ଗହଣା ପ୍ରତି‌ଷ୍ଠାନଗୁଡ଼ିକୁ ସରକାରଙ୍କୁ ଅନୁରୋଧ କରିଥିଲେ। ତାହା ବିଚାରକୁ ନେଇ ସେମାନଙ୍କୁ ୧୫ ଦିନ ଅଧିକ ସମୟ ଦିଆଯାଇଛି। ପ୍ରଥମେ ଏହି ନିୟମକୁ ୨୦୨୦ ଜାନୁଆରି ୧୫ରୁ ଲାଗୁ କରିବା ଲାଗି ନିଷ୍ପତ୍ତି ହୋଇଥିଲା। କିନ୍ତୁ ପୁରୁଣା ଷ୍ଟକ୍ ବିକ୍ରି କରିବା ଲାଗି ସଂସ୍ଥାଗୁଡ଼ିକୁ ଏକ ବର୍ଷ ଅଧିକ ସମୟ ଦିଆଯାଇଥିଲା।

ଅପରପକ୍ଷେ ସୁନାରେ ନିବେଶ ବଢ଼ିଥିବାରୁ ଏହାର ବଜାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ୧୦ ଗ୍ରାମ ସୁନାର ମୂଲ୍ୟ ପୁଣି ଥରେ ୪୮,୫୦୦ ଟଙ୍କା ସ୍ତର ଅତିକ୍ରମ କରିଛି। କେବଳ ଭାରତ ନୁହେଁ ଆନ୍ତର୍ଜାତିକ ବଜାରରେ ମଧ୍ୟ ସୁନା ମହଙ୍ଗା ହୋଇଛି। ରୁପାର କିଲୋ ପିଛା ଦାମ୍ ୭୧,୪୯୦ ଟଙ୍କା ହୋଇଯାଇଛି।ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୧୮୮୩.୨୧ ଡଲାରକୁ ବୃଦ୍ଧି ପାଇଛି ଯାହା ବିଗତ ସାଢ଼େ ଚାରି ମାସ ଭିତରେ ସର୍ବାଧିକ। ଆମେରିକୀୟ ମୁଦ୍ରା ଡଲାର ଦୁର୍ବଳ ରହିବା ଏବଂ ଦରଦାମ୍ ସ୍ଥିତି ବେଲଗାମ ରହିଥିବାରୁ ସୁନା ଦାମ୍ ବଢ଼ୁଛି। ବିଟ୍‌କଏନ୍ ମୂଲ୍ୟରେ ୫୦ ପ୍ରତିଶତରୁ ଅଧିକ ହ୍ରାସ ସୁନା ମୂଲ୍ୟ ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି। ୟୁରୋ ଓ ୟୁରୋପର ଅନ୍ୟାନ୍ୟ ମୁଦ୍ରା ତୁଳନାରେ ଡଲାର ଦୁର୍ବଳ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe