ସୁନା ୧୭୪୦, ରୁପା ୪୦୦୦ କମିଲା

Advertisment

ଶୁକ୍ରବାର ସୁନା ଓ ରୁପାର ବର୍ଦ୍ଧିତ ଦରରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗୋଟିଏ ଦିନରେ ୨୨ କ୍ୟାରେଟ୍‌ ସୁନା ଦାମ୍ ୧୬୦୦ ଟଙ୍କା କମିଥିବା ବେଳେ ୨୪ କ୍ୟାରେଟ୍ ସୁନା ୧୭୪୦ ଟଙ୍କା ଶସ୍ତା ହୋଇଛି।

ଶୁକ୍ରବାର ସୁନା ଓ ରୁପାର ବର୍ଦ୍ଧିତ ଦରରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗୋଟିଏ ଦିନରେ ୨୨ କ୍ୟାରେଟ୍‌ ସୁନା ଦାମ୍ ୧୬୦୦ ଟଙ୍କା କମିଥିବା ବେଳେ ୨୪ କ୍ୟାରେଟ୍ ସୁନା ୧୭୪୦ ଟଙ୍କା ଶସ୍ତା ହୋଇଛି।

gold silver

ଭୁବନେଶ୍ବର: ଶୁକ୍ରବାର ସୁନା ଓ ରୁପାର ବର୍ଦ୍ଧିତ ଦରରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗୋଟିଏ ଦିନରେ ୨୨ କ୍ୟାରେଟ୍‌ ସୁନା ଦାମ୍ ୧୬୦୦ ଟଙ୍କା କମିଥିବା ବେଳେ ୨୪ କ୍ୟାରେଟ୍ ସୁନା ୧୭୪୦ ଟଙ୍କା ଶସ୍ତା ହୋଇଛି। ଫଳରେ  ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ଦାମ୍  ୮୪ ହଜାର ଟଙ୍କାକୁ ଖସିଆସିଛି। ଗତକାଲି ସେହି ଦାମ୍ ୮୫,୬୦୦ ଟଙ୍କା ଥିଲା। ସେହିପରି, ୨୪ କ୍ୟାରେଟ୍ ସୁନା ମୂଲ୍ୟ ୯୧,୬୪୦ ଟଙ୍କାକୁ ହ୍ରାସ ହୋଇଛି। ଦିନକ ପୂର୍ବରୁ ଏହାର ଦର ୯୩,୩୮୦ ଟଙ୍କା ଥିଲା।

ସୁନା ଦରରେ ସୁଧାର କିଣିବା ପାଇଁ ସୁଯୋଗ ସୃଷ୍ଟି କରିଥିବା ଲାଲ୍‌ଚନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି। ଆମେରିକାରେ ସୁଧ ହାର ହ୍ରାସ, କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣିବା, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତି ପାଇଁ ବିଶ୍ବ ବଜାରରେ ସୁନା ଦର ପ୍ରଭାବିତ ହେଉଛି। ଯାହା ଫଳରେ ସୁନା ଦର ୧,୩୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଥିବା ସେ କହିଛନ୍ତି। ଆଗାମୀ ଦିନରେ ରୁପା ଦର ମଧ୍ୟ ଯଥେଷ୍ଟ ବଢ଼ିବାର ସମ୍ଭାବନା ଦେଖାଦେଇଛି ବୋଲି ଶ୍ରୀ ହଂସ କହିଛନ୍ତି। ସୁନା ଦର ଲକ୍ଷେ ଟଙ୍କା ଟପିବ ବୋଲି ଗତବର୍ଷ ସେ ପ୍ରଥମେ ପୂର୍ବାନୁମାନ କରିଥିଲେ। ଶୁକ୍ରବାର ଭୁବନେଶ୍ବରରେ ରୁପାର କିଲୋପିଛା ଦାମ୍ ୪୦୦୦ ଟଙ୍କା ହ୍ରାସ ପାଇ ୧,୦୮,୦୦୦ ଟଙ୍କା ସ୍ତରକୁ ଖସିଆସିଛି। କିଛି ଦିନ ତଳେ ଏହି ଦର ୧,୧୩,୦୦୦ ଟଙ୍କା ଉପରେ ଥିଲା। 
୨୦୦୦ ମସିହା ପରଠାରୁ ସୁନା ଦର ନିୟମିତ ବ୍ୟବଧାନ‌ରେ ହ୍ରାସ ବୃଦ୍ଧି ହୋଇ ଆଗକୁ ବଢ଼ିଛି। ସେହି ସମୟରେ ୧୦ ଗ୍ରାମ ସୁନାର ଦାମ୍ ଥିଲା ୪,୪୦୦ ଟଙ୍କା। ୨୦୨୫ରେ ତାହା ୯୩ ହଜାର ଟଙ୍କାରୁ ଅଧିକ ହୋଇଛି। ସୁନାରେ ନିବେଶ ବଢ଼ୁଥିବାରୁ ତାହାର ଚାହିଦା ବଢ଼ିଚାଲିଛି। ସୁନାକୁ ଲୋକମାନେ କେବଳ ଅଳଙ୍କାର ଭାବେ ନ ଦେଖି, ଉତ୍ତମ ନିବେଶର ମାଧ୍ୟମ ଭାବେ ବିଚାର କରୁଛନ୍ତି। ୨୦୦୮ରେ ବିଶ୍ବ ଅର୍ଥନୈତିକ ସଙ୍କଟ ପାଇଁ ସୁନା ଦର ୧୩,୫୦୦ ଟଙ୍କା ଥିଲା। ୨୦୧୧ରୁ ୨୦୨୦ ଭିତରେ ଏହାର ଦାମ୍ ଦ୍ରୁତ ଗତିରେ ବଢ଼ିଥିଲା। ୨୦୨୦ ସୁଦ୍ଧା ଦର ୫୫ ହଜାର ଟଙ୍କା ହୋଇଥିଲା।

ଦରରେ ସୁଧାର କିଣିବା ପାଇଁ ସୁଯୋଗ ସୃଷ୍ଟି କରିବ: ହଂସ

ଲାଲ୍‌ଚନ୍ଦ ଜୁଏଲର୍ସରେ ପ୍ରି-ବୁକିଂ ସୁବିଧା
ଭୁବନେଶ୍ବର: ସୁନା ଦରରେ ହେଉଥିବା ବୃଦ୍ଧିକୁ ନେଇ ଚିନ୍ତିତ ଥିବା ଗ୍ରାହକମାନଙ୍କ ଲାଗି ଲାଲ୍‌ଚନ୍ଦ ଜୁଏଲର୍ସରେ ପ୍ରି-ବୁକିଂ ସୁବିଧା ରହିଛି। ଏହା ଦ୍ବାରା ଗ୍ରାହକମାନେ କିଛି ଅଗ୍ରୀମ ରାଶି ଦେଇ ସୁନା ଦର ଲକ୍ କରିପାରିବେ। ଆଗାମୀ ଯେକୌଣସି ଦିନରେ ସୁନା କିଣିବା ବେଳେ ଯଦି ଦର ବଢ଼ିଥିବ, ତେବେ ଗ୍ରାହକ ଜଣକ ବୁକିଂ କରିଥିବା ଦାମ୍‌ରେ କିଣାକିଣି କରିପାରିବେ। ଯଦି ସେହିଦିନ ସୁନା ଦର କମିଥିବ ତେବେ ତାଙ୍କୁ ଦର ହ୍ରାସର ଲାଭ ମିଳିବ। ସେ ସେହିଦିନର କମ୍ ଦାମ୍‌ରେ ସୁନା କିଣିପାରିବେ ବୋଲି ଲାଲଚନ୍ଦ ଜୁଏଲର୍ସ ପକ୍ଷରୁ କୁହାଯାଇଛି। ଲାଲ୍‌ଚନ୍ଦର ପ୍ରତ୍ୟେକ ଷ୍ଟୋର୍‌ରେ ଏମ୍‌ଏମ୍‌ଟିସି ସୁନା କଏନ୍ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe