ସୁନା ୨୫୦୦ ଟଙ୍କା ମହଙ୍ଗା: ୨୨ କ୍ୟାରେଟ୍‌ ୯୦ ହଜାର ଉପରେ

Advertisment

ଆମେରିକାର ଫେଡେରାଲ୍ ରିଜର୍ଭର ସୁଧ ନିଷ୍ପତ୍ତି ଉପରେ ସାରା ବିଶ୍ବର ନଜର ଥିବା ବେଳେ ସୁନା ଦର ପୁଣି ବଢ଼ିଛି। ମଙ୍ଗଳବାର ଗୋଟିଏ ଦିନରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୨୫୦୦ ଟଙ୍କା ବୃଦ୍ଧି....

ଆମେରିକାର ଫେଡେରାଲ୍ ରିଜର୍ଭର ସୁଧ ନିଷ୍ପତ୍ତି ଉପରେ ସାରା ବିଶ୍ବର ନଜର ଥିବା ବେଳେ ସୁନା ଦର ପୁଣି ବଢ଼ିଛି। ମଙ୍ଗଳବାର ଗୋଟିଏ ଦିନରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୨୫୦୦ ଟଙ୍କା ବୃଦ୍ଧି....

ssccscs

ଭୁବନେଶ୍ବର: ଆମେରିକାର ଫେଡେରାଲ୍ ରିଜର୍ଭର ସୁଧ ନିଷ୍ପତ୍ତି ଉପରେ ସାରା ବିଶ୍ବର ନଜର ଥିବା ବେଳେ ସୁନା ଦର ପୁଣି ବଢ଼ିଛି। ମଙ୍ଗଳବାର ଗୋଟିଏ ଦିନରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୨୫୦୦ ଟଙ୍କା ବୃଦ୍ଧି ପାଇ ୯୦,୨୫୦ ଟଙ୍କା ହୋଇଯାଇଛି। ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୨୭୩୦ ଟଙ୍କା ବଢ଼ି ୯୮,୪୬୦ ଟଙ୍କା ହୋଇଛି। ୧୮ କ୍ୟାରେଟ୍‌ ସୁନା ଦାମ୍ ମଧ୍ୟ ୧୦ ଗ୍ରାମ ପିଛା ୨୦୪୦ ଟଙ୍କା ବୃଦ୍ଧି ପାଇ ୭୩,୮୪୦ ଟଙ୍କା ରହିଛି। 

ଗତ ଏପ୍ରିଲ୍‌ ୩୦ରୁ ସୁନା ଦର ଲଗାତାର ଭାବେ କମୁଥିଲା। ପୂର୍ବ ସପ୍ତାହ ସାରା ସେଥିରେ ଆଦୌଁ ବୃଦ୍ଧି ହୋଇନଥିଲା। ମେ’ ୧ରେ ସୁନା ଦାମ୍‌ରେ ୨୦୦୦ ଟଙ୍କାରୁ ଅଧିକ ହ୍ରାସ ଘଟିଥିଲା। କିନ୍ତୁ ଗତକାଲିଠାରୁ ସୁନା ଦରରେ ପୁଣି ବୃଦ୍ଧିର ଆଉ ଏକ ଧାରା ଆରମ୍ଭ ହୋଇଥିଲା। ଗତକାଲି ୨୨ କ୍ୟାରେଟ୍ ସୁନା ଦାମ୍ ୨୦୦ ଟଙ୍କା ଓ ୨୪ କ୍ୟାରେଟ୍ ଦାମ୍ ୨୨୦ ଟଙ୍କା ବଢ଼ିଥିଲା। ଆଜି ଏକାସଙ୍ଗେ ମୋଟା ଅଙ୍କର ବୃଦ୍ଧି ପରେ ୨୨ କ୍ୟାରେଟ୍‌ ଦାମ୍ ୯୦ ହଜାର ଟଙ୍କା ସ୍ତର ଅତିକ୍ରମ କରିଛି। 

କେବଳ ଭୁବନେଶ୍ବର ନୁହେଁ, ସାରା ଦେଶରେ ସୁନା ମହଙ୍ଗା ହୋଇଛି। ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ଅନୁସାରେ ଦିଲ୍ଲୀରେ ସୁନାର ୧୦ ଗ୍ରାମ୍‌ ପିଛା ଦାମ୍ ୨୪୦୦ ଟଙ୍କା ବୃଦ୍ଧି ପାଇ ୯୯,୭୫୦ ଟଙ୍କା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ସମ୍ପର୍କରେ କେତେକ ନୂଆ ଘୋଷଣା କରିବା ଉପରେ ବିଚାର କରୁଥିବାରୁ ନିବେଶକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ନିଜ ସମ୍ପତ୍ତିର ସୁରକ୍ଷା ଲାଗି ସେମାନେ ସୁନା ମୁହାଁ ହୋଇଛନ୍ତି। ସେଥିପାଇଁ ସୁନାର ଚାହିଦା ବଢ଼ିବା ସହ ତାହାର ଦର ବଢ଼ୁଛି। ଦିଲ୍ଲୀରେ ରୁପା କେଜି ୧୮୦୦ ଟଙ୍କା ବୃଦ୍ଧି ପାଇ ୯୮,୫୦୦ ଟଙ୍କା ହୋଇଛି। କିନ୍ତୁ, ଭୁବନେଶ୍ବରରେ ରୁପା କେଜି ଦର ମାତ୍ର ୧୦୦ ଟଙ୍କା ହ୍ରାସ ପାଇ ୧, ୦୮,୦୦୦ ଟଙ୍କା ରହିଛି। ଅନ୍ତର୍ଜାତୀୟ ସ୍ତ‌ରରେ ସୁନାର ଆଉନ୍ସ ପିଛା ଦାମ୍ ୩,୩୭୯ ଡଲାର ରହିଛି ଯାହା ସ୍ବାଭାବିକ ସ୍ତରଠାରୁ ଯଥେଷ୍ଟ ଅଧିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe