୩୧ ହଜାର ତଳକୁ ଖସିଲା ସୁନା ଦର

Advertisment
୩୧ ହଜାର ତଳକୁ ଖସିଲା ସୁନା ଦର

ମୁମ୍ବାଇ,: ଗହଣା ନିର୍ମାତାଙ୍କ ମଧ୍ୟରେ ଚାହିଦା ହ୍ରାସ ସହିତ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ଯୋଗୁ ଘରୋଇ ବଜାରରେ ଚଳିତ ସପ୍ତାହରେ ସୁନା ଦର ୧୦ ଗ୍ରାମ ପିଛା ୩୧ ହଜାର ଟଙ୍କା ତଳକୁ ଖସିଆସିଛି। ବୁଲିଅନ୍‌ ବଜାରରେ ୧୦ ଗ୍ରାମ ପିଛା ସୁନା ଦର ୩୮୫ ଟଙ୍କା ହ୍ରାସ ଘଟି ଏହା ୩୦୮୨୦ ଟଙ୍କାରେ ରହିଛି। ସମାନ କାରଣରୁ ରୁପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। କିଲୋଗ୍ରାମ ପିଛା ରୁପା ମୂଲ୍ୟ ୪୦ ହଜାର ଟଙ୍କା ତଳକୁ ଖସି ଆସିଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ୧୩୦୦ ଡଲାର ତଳକୁ ଖସିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe