ସୁନା ଦାମ୍ ୪୭୫ ଟଙ୍କା ବଢ଼ିଲା

Advertisment
ହଲ୍‌ମାର୍କ ନଥିବା ଗହଣା ବିକ୍ରି ବନ୍ଦ ହେବ

telegraph.co.uk

ନୂଆଦିଲ୍ଲୀ: ସୁନା ଓ ରୁପା ଦରରେ ବୃଦ୍ଧିର ଧାରା ଜାରି ରହିଛି। ସୁନାର ୧୦ ଗ୍ରାମ ପିଛା ଦର ୪୭୫ ଟଙ୍କା ବୃଦ୍ଧି ପାଇ ୩୮,୪୨୦ ଟଙ୍କା ହୋଇଯାଇଛି। ସେହିପରି ରୁପାର କିଲୋ ପ୍ରତି ଦର ୩୭୮ ଟଙ୍କା ବୃଦ୍ଧି ପାଇ ୪୪,୬୮୮ ଟଙ୍କା ହୋଇଛି। ଗହଣା ନିର୍ମାତାମାନେ ଅଧିକ ସୁନା କିଣୁଥିବାରୁ ଦେଶ ଭିତରେ ସୁନାର ଦାମ୍ ବଢ଼ୁଛି। ସେହିପରି ଶିଳ୍ପ ସଂସ୍ଥା ଓ ମୁଦ୍ରା ନିର୍ମାତାମାନେ ରୁପା କିଣିବା ମାତ୍ରା ବଢ଼ାଇ ଦେଇଥିବାରୁ ସେହି ମୂଲ୍ୟବାନ ଧଳା ଧାତୁର ଦର ବଢ଼ୁଛି।

ଆମେରିକା-ଚୀନ ଭିତରେ ବାଣିଜ୍ୟ ଲଢ଼େଇ ଜାରି ରହିଥିବାରୁ ଷ୍ଟକ ବଜାରରୁ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରିନେଉଛନ୍ତି। ପାରମ୍ପରିକ ଯୁଗରୁ ସୁନାକୁ ଏକ ସୁରକ୍ଷିତ ନିବେଶ ଭାବେ ବିଚାର କରାଯାଉଥିବାରୁ ନିବେଶକମାନେ ସୁନା କିଣିବା ମାତ୍ରା ବଢ଼ାଇ ଦେଇଛନ୍ତି। ଏହାର ପ୍ରଭାବରେ ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପ୍ରତି ଦର ୧୫୧୩ ଟଙ୍କା ହୋଇଛି ଏବଂ ରୁପାର ଆଉନ୍‌ସ ପିଛା ଦାମ୍ ୧୭.୨୬ ଡଲାର ରହିଛି। ହଂକଂରେ ଗଣତନ୍ତ୍ରକୁ ନେଇ ବିଦ୍ରୋହ ଜାରି ରହିଥିବାରୁ ସୁନାର ଚାହିଦା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି। ସୁନା ଦର ଦୁଇ ସପ୍ତାହରୁ ଅଧିକ ସମୟ ହେଲାଣି ଏହାର ସର୍ବକାଳୀନ ରେକର୍ଡ ଉଚ୍ଚ ସ୍ତରରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe