୫୨ ହଜାର ଟପିଲା ସୁନା

Advertisment
୫୨ ହଜାର ଟପିଲା ସୁନା

Investopedia

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସୁନା ମୂଲ୍ୟରେ ବୃଦ୍ଧି ଦେଖାଦେଇଛି। ଚଳିତମାସ ୧ ତାରିଖରେ ୧୦ ଗ୍ରାମ ସୁନା ମୂଲ୍ୟ ୫୧,୪୦୫ ଟଙ୍କା ଥିଲା। କିନ୍ତୁ ବର୍ତ୍ତମାନ ଏହା ୫୨,୦୧୯ ଟଙ୍କାରେ ପହଞ୍ଚିଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ (ଆଇବିଜେଏ)ର ୱେବସାଇଟ୍ ଅନୁସାରେ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ଏହି ବୃଦ୍ଧି ଘଟିଛି। ସେହିଭଳି ୨୩ କ୍ୟାରେଟ ସୁନା ମୂଲ୍ୟ ୫୧,୮୧୧ ଟଙ୍କାରେ, ୨୨ କ୍ୟାରେଟ ସୁନା ମୂଲ୍ୟ ୪୭,୬୪୯ ଟଙ୍କାରେ ଏବଂ ୧୮ କ୍ୟାରେଟ ସୁନା ମୂଲ୍ୟ ୩୯,୦୧୪ ଟଙ୍କାରେ ପହଞ୍ଚିଛି।

ଅନ୍ୟପକ୍ଷରେ ଚଳିତ ସପ୍ତାହରେ ରୁପା ମୂଲ୍ୟରେ କିଲୋଗ୍ରାମ ପିଛା ୫୫୦ ଟଙ୍କାର ହ୍ରାସ ଘଟିଛି। ସପ୍ତାହ ଆରମ୍ଭରେ ରୁପା ମୂଲ୍ୟ ୫୭,୯୧୨ ଟଙ୍କା ଥିଲା। କିନ୍ତୁ ଏବେ ଏହା ୫୭,୩୬୨ ଟଙ୍କାକୁ ଖସିଆସିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ବର୍ତ୍ତମାନ ସୁନା ମୂଲ୍ୟ ଉପରେ ଅଧିକ ଚାପ ରହିଛି। ଫଳରେ ସୁନା ମୂଲ୍ୟ ବଢ଼ୁଛି। ଚଳିତବର୍ଷ ଶେଷବେଳକୁ ସୁନା ମୂଲ୍ୟ ୫୪ ହଜାର ଟଙ୍କା ଅତିକ୍ରମ କରିବା ସମ୍ଭାବନା ରହିଛି ବୋଲି କେଡିୟା ଆଡଭାଇଜରିର ନିର୍ଦ୍ଦେଶକ ଅଜୟ କେଡିୟା ପୂର୍ବାନୁମାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe