ନଆଦିଲ୍ଲୀ: ସୁନା ଦର ଗତ କିଛିଦିନ ହେଲା ଲଗାତାର ବଢ଼ିବାରେ ଲାଗିଛି। ଆଜି ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦରରେ ୨୦୦ ଟଙ୍କା ବୃଦ୍ଧି ଘଟି ରେକର୍ଡ ୮୩ ହଜାର ଟଙ୍କା ଟପିଛି। ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତିକୁ ନେଇ ଅନିଶ୍ଚିତତା ରହିଥିବାରୁ ସୁନା ଚାହିଦା ଏବଂ ଦର ବଢ଼ିବାରେ ଲାଗିଛି। ସର୍ବଭାରତୀୟ ସରାଫା ସଂଘ ଅନୁଯାୟୀ, ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ଦର ଆଜି ରେକର୍ଡ ୮୩,୧୦୦ ଟଙ୍କାରେ ପହଞ୍ଚିଛି। ଶୁକ୍ରବାର ଏହାର ଦର ୮୨୯୦୦ ଟଙ୍କା ରହିଥିଲା। ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୨୭୮୦ ଡଲାର ପାଖାପାଖି ରହିଛି। କ୍ରମାଗତ ଭାବେ ଚାରି ସପ୍ତାହ ହେଲା ସୁନା ଦର ବଢ଼ୁଛି। ଭୁବନେଶ୍ବରରେ ଆଜି ୨୪ କ୍ୟାରେଟ୍ ସୁନା ଦର ୮୨୪୨୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦର ୭୫୫୫୦ ଟଙ୍କାରେ ରହିଛି।
ସୁନା ଦର ୮୩ ହଜାର ଟପିଲା
Advertisment
Follow Us