ସୁନାଦର ୨୧୫ ଟଙ୍କା ହ୍ରାସ, ୧୦ ଗ୍ରାମ ପିଛା ୩୮,୬୭୬ ଟଙ୍କାରେ ପହଞ୍ଚିଲା

ଜାମସେଦପୁର ନିକଟରେ ସୁନା ଖଣିର ସନ୍ଧାନ, ୨୫୦ କିଲୋ ସୁନା ଗଚ୍ଛିତ ରହିଛି

ନୂଆଦିଲ୍ଲୀ : ଆଜି ସୁନାଦର ୨୧୫ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୨୧୫ ଟଙ୍କା ହ୍ରାସ ପାଇ ୩୮,୬୭୬ ଟଙ୍କାରେ ପହଞ୍ଚିଛି । ଗତ କିଛି ମାସଧରି ସୁନା କ୍ରମାଗତଭାବେ ବଢିଚାଲିଥିଲା । ଆଜି ରୁପାଦର ମଧ୍ୟ ହ୍ରାସ ପାଇଛି । ରୁପା କିଲୋଗ୍ରାମ ପିଛା ୭୭୦ ଟଙ୍କା ହ୍ରାସ ପାଇ ୪୭,୬୯୦ ଟଙ୍କାରେ ପହଞ୍ଚିଛି ।

ଡଲାର ତୁଳନାରେ ଭାରତୀୟ ଟଙ୍କା ୫୧ ପଇସା ସୁଦୃଢ ହେବା ଫଳରେ ସୁନା ଉପରୁ ନିବେଶକଙ୍କ ଉତ୍ସାହ ଟିକିଏ ଫିକା ପଡିଛି । ଆହୁରି ମଧ୍ୟ ଶିଳ୍ପ ସଂସ୍ଥା ଓ କଏନ ଉତ୍ପାଦନକାରୀଙ୍କ ରୁପା କ୍ରୟ ହ୍ରାସ ଯୋଗୁଁ ଏହା ହୋଇଛି ବୋଲି ଏଚଡିଏଫସି ସିକ୍ୟୁରିଟିଜ ପକ୍ଷରୁ କୁହାଯାଇଛି ।
ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୧୫୦୦ ଡଲାରରେ ପହଞ୍ଚିଛି । ରୁପା ମଧ୍ୟ ଆଉନ୍ସ ପିଛା ୧୭.୮୧ ଡଲାରକୁ ହ୍ରାସ ପାଇଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe