ନୂଆଦିଲ୍ଲୀ: ପାର୍ବଣରେ ବଢ଼ିଚାଲିଛି ସୁନା ଦର। ଚଳିତ ସପ୍ତାହରେ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୧୫୦ ଟଙ୍କା ବୃଦ୍ଧି ଘଟି ୩୨,୦୫୦ ଟଙ୍କାରେ ପହଞ୍ଚିଛି। ଘରୋଇ ବଜାରରେ ଗହଣା ନିର୍ମାତାଙ୍କ ମଧ୍ୟରେ ଚାହିଦା ବୃଦ୍ଧି ସୁନା ଦର ବୃଦ୍ଧିର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଏତଦ୍ୟବ୍ୟତୀତ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ମଧ୍ୟ ସୁନା ଆମଦାନିକୁ ମହଙ୍ଗା କରିଛି। ଅନ୍ୟପକ୍ଷରେ କିଲୋଗ୍ରାମ ପିଛା ରୁପା ମୂଲ୍ୟ ଚଳିତ ସପ୍ତାହରେ ୪୦୦ ଟଙ୍କା ହ୍ରାସ ଘଟି ୩୯,୪୦୦ ଟଙ୍କାରେ ରହିଛି।
ପାର୍ବଣରେ ବଢ଼ି ଚାଲିଛି ସୁନା ଦର
Advertisment
Follow Us