ଲକ୍‌ଡାଉନ୍ ବେଳେ ରେକର୍ଡ କଲା ସୁନା ଦର

Advertisment
ସୁନା ଦାମ୍ ୫୦,୦୦୦ ଟଙ୍କା ତଳକୁ ଖସିଲା

467030669

ନୂଆଦିଲ୍ଲୀ: କରୋନା ପାଇଁ ଏବେ ଦେଶରେ ୨୧ ଦିନିଆ ଲକଡାଉନ୍ ଚାଲିଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍ ଅବଧିକୁ ପୁଣି ବଢ଼ାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଲକ୍‌ଡାଉନ୍ ପାଇଁ ଦୋକାନ ବଜାର ବନ୍ଦ ରହିଛି। ସେହିଭଳି ସୁନା ଗହଣା ଦୋକାନ ମଧ୍ୟ ବନ୍ଦ ରହିଛି। ଏହା ସତ୍ତ୍ବେ ଦେଶରେ ସୁନା ଦର ରେକର୍ଡ ଛୁଇଁଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜର ଫ୍ୟୁଚର ବଜାରରେ ସୁନା ଦର ୧୦ ଗ୍ରାମ ପିଛା ୪୫,୬୦୦ ଟଙ୍କା ଟପିଛି। ଆସନ୍ତା ଜୁନ୍ ମାସରେ ପ୍ରଦାନ କରାଯିବାକୁ ଥିବା ସୁନା ମୂଲ୍ୟ ଏହି ସ୍ତରରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe