ଆହୁରି ମହଙ୍ଗା ହେଲା ସୁନା, ୩ ଦିନରେ ୨୦୦୦ ଟଙ୍କା ବଢ଼ିଲା

Advertisment
ଆହୁରି ମହଙ୍ଗା ହେଲା ସୁନା, ୩ ଦିନରେ ୨୦୦୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ : ଇରାନ ଓ ଆମେରିକା ମଧ୍ୟରେ ଦେଖାଦେଇଥିବା ବିବାଦର ପ୍ରଭାବରେ ସୁନା ମୂଲ୍ୟ ପ୍ରତିଦିନ ବଢ଼ୁଛି। ଭାରତରେ ସୁନାର ୧୦ ଗ୍ରାମ ପିଛା ଦର ୪୧,୮୧୦ ଟଙ୍କା ହୋଇଯାଇଛି। ଆନ୍ତର୍ଜାତିକ ବଜାରରେ ମଧ୍ୟ ଏହି ମୂଲ୍ୟବାନ ଧାତୁର ଦାମ୍ ବୃଦ୍ଧି ପାଉଛି। ସୁନା ମୂଲ୍ୟରେ ବୁଧବାର ୪୮୫ ଟଙ୍କାର ବୃଦ୍ଧି ଘଟିଥିବା ବେଳେ ରୁପା ଦାମ୍‌ରେ ୮୫୫ ଟଙ୍କାର ବୃଦ୍ଧି ହୋଇଛି।

publive-image

ଏକ କିଲୋ ରୁପାର ଦାମ୍ ୪୯,୫୩୦ ଟଙ୍କା ହୋଇଯାଇଛି। ବିଗତ ତିନିଟି କାରବାର ଦିବସ ଭିତରେ ସୁନା ମୂଲ୍ୟ ୨୦୦୦ ଟଙ୍କା ବଢ଼ିଛି। ସେହି ସମୟରେ ରୁପା ଦାମ୍‌ରେ ୧୭୦୦ ଟଙ୍କାର ବୃଦ୍ଧି ଘଟିଛି। ଯଦି ବିଗତ ତିନି ସପ୍ତାହକୁ ହିସାବକୁ ନିଆଯିବ ତେବେ ସୁନା ମୂଲ୍ୟରେ ୩୦୦୦ ଟଙ୍କାରୁ ଅଧିକ ବୃଦ୍ଧି ହୋଇସାରିଥିବା ଜଣାପଡ଼ିଛି। ବିଶ୍ବରେ ସଙ୍କଟ ଦେଖାଦେଲେ ସୁନା ମୂଲ୍ୟ ପ୍ରଥମେ ବୃଦ୍ଧି ପାଏ। ଏହାର କାରଣ ହେଉଛି ନିବେଶକମାନେ ନିଜ ପାଣ୍ଠିକୁ ସୁରକ୍ଷିତ ରଖିବା ଲାଗି ଅଧିକ ମାତ୍ରାରେ ସୁନା କିଣିଥାନ୍ତି। ସୁନାକୁ ଯେକୌଣସି ସମୟରେ ବିକ୍ରି କରାଯାଇପାରିବ। ଏହା ନିବେଶ ପାଇଁ ଏକ ସୁରକ୍ଷିତ ମାଧ୍ୟମ ମଧ୍ୟ। ସେଥିପାଇଁ ସୁନାର ଚାହିଦା ବଢ଼ିବା ସହ ଦାମ୍ ବଢ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe