ପୁଣି ମହଙ୍ଗା ହେଲା ସୁନା ଓ ରୁପା

Advertisment
ଯୁଦ୍ଧ ପ୍ରଭାବ : ସୁନା ୨ ସପ୍ତାହର ଉଚ୍ଚତମ ସ୍ତରରେ

ମୁମ୍ବାଇ : ବେଶ କିଛି ଦିନ ସାମାନ୍ୟ ହ୍ରାସ ପାଇବା ପରେ ପୁଣି ଭାରତରେ ସୁନା ଦରରେ ବୃଦ୍ଧି ଘଟିଛି । କେବଳ ସୁନା ନୁହେଁ ଦେଶରେ ରୁପା ମୂଲ୍ୟରେ ଦ୍ରୁତ ବୃଦ୍ଧି ଘଟିଥିବା ବେଳେ ଏହା କିଲୋଗ୍ରାମ ପିଛା ୧୫୦୦ ଟଙ୍କା ବୃଦ୍ଧି ପାଇ ୯୪,୦୦୦ ଟଙ୍କାରେ ପହଞ୍ଚିଛି । ବିଶ୍ବ ବଜାରର ପ୍ରଭାବ ଓ ଘରୋଇ ବଜାରରେ ଚାହିଦା ବୃଦ୍ଧି ଯୋଗୁଁ ଏପରି ହୋଇଥିବା କୁହାଯାଉଛି । ସେହିପରି ଶିଳ୍ପଜଗତରେ ରୁପାର ଚାହିଦା ରହୁଥିବାରୁ ରୁପା ଦର ବୃଦ୍ଧି ପାଉଛି ।

ଆଜି ୨୨ କ୍ୟାରେଟ (୧୦ ଗ୍ରାମ) ସୁନା ମୂଲ୍ୟ ରେ ୭୫୦ ଟଙ୍କାର ବୃଦ୍ଧି ଘଟି ୬୭,୧୫୦ ଟଙ୍କା ରେ ପହଞ୍ଚିଥିବା ବେଳେ । ଆଜି ଭାରତରେ ୨୪ କ୍ୟାରେଟ ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ୮୧୦ ଟଙ୍କାର ବୃଦ୍ଧି ଘଟି ୭୩,୨୫୦ ଟଙ୍କା ରେ ପହଞ୍ଚିଛି । ଅର୍ଥାତ୍ ଯଦି ଆପଣ ଆଜି ୧୦ ଗ୍ରାମ ୧୮ କ୍ୟାରେଟ ସୁନା କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କୁ ୫୪,୯୪୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ଏବଂ ୧୮ କ୍ୟାରେଟ ୧୦୦ ଗ୍ରାମ ସୁନା ମୂଲ୍ୟ ୫,୪୯,୪୦୦ ଟଙ୍କା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe